ଦେଶର ପ୍ରଥମ ଆତଙ୍କବାଦ ନିରୋଧୀ ନୀତି ଜାରି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ...
ଆତଙ୍କବାଦକୁ ନେଇ ଭାରତ ପ୍ରଥମରୁ କଡ଼ା ଆଭିମୁଖ୍ୟ ପୋଷଣ କରିଆସିଛି । ଏହି ଆଭିମୁଖ୍ୟ ଏଣିକି ଆହୁରି କଠୋର ହେବ । ଆତଙ୍କବାଦୀଙ୍କ ଉପରେ କାଳ ସାଜି ଲମ୍ଫ ଦେବ 'ପ୍ରହାର' । ଫଳରେ ଭାରତର ସାମାନ୍ୟ କ୍ଷତି ଘଟାଇବା ପୂର୍ବରୁ ସେମାନେ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ ହେବେ । ଏଭଳି ଆଭିମୁଖ୍ୟ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଭାରତର ପ୍ରଥମ ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ ନୀତି ଜାରି କରିଛି । ମୋଟ ୮ ପୃଷ୍ଠା ସମ୍ବଳିତ ଏହି ନୀତିର ନାମ ରଖାଯାଇଛି 'ପ୍ରହାର' ।

ଏଥିରେ ସବୁ ପ୍ରକାର ଆତଙ୍କବାଦକୁ ରୋକିବା ଏବଂ ତାହାର ମୁକାବିଲା ସକାଶେ ଏକ ବ୍ୟବସ୍ଥିତ ତଥା ଗୁଇନ୍ଦା ସୂଚନା ଆଧାରିତ ଢାଞ୍ଚା ସଂକ୍ରାନ୍ତରେ ଦର୍ଶାଯାଇଛି । ଆତଙ୍କବାଦୀ ଆକ୍ରମଣକୁ ରୋକିବା ଲାଗି ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସୀମାପାର ଆତଙ୍କବାଦ, ସାଇବର ଅପରାଧ ଓ ଡ୍ରୋନ ହମଲା ବିପଦର ମୁକାବିଲା ଲାଗି ଏଥିରେ କୁହାଯାଇଛି । ଏହାଛଡ଼ା ସମ୍ଭାବ୍ୟ ଆତଙ୍କବାଦ ହମଲା ବାବଦରେ ସୂଚନା ମିଳିବା କ୍ଷଣି ଦ୍ରୁତ ତଥା ସନ୍ତୁଳିତ କାର୍ଯ୍ୟାନୁଷ୍ଠାନ ବାବଦରେ ଏଥିରେ ଜୋର ଦିଆଯାଇଛି । ସରକାରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ବଢ଼ାଇବା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଏହି ମିଶନରେ ସରକାର ଓ ସମଗ୍ର ସମାଜର ଭାଗୀଦାରି ଉପାୟ କଥା କୁହାଯାଇଛି, ଯାହା ମାନବାଧିକାର ଓ ଆଇନର ଶାସନ ଉପରେ ପର୍ଯ୍ୟବସିତ ହେବ । ତତ୍ସହିତ କଠୋରପନ୍ଥୀ ପରିସ୍ଥିତିକୁ ଶେଷ କରିବାକୁ ମଧ୍ୟ ଧ୍ୟାନରେ ରଖାଯାଇଛି । କଠୋରପନ୍ଥୀ ହିଁ ଆତଙ୍କବାଦକୁ ଇନ୍ଧନ ଦେଉଥିବା କୁହାଯାଉଛି । 'ପ୍ରହାର' ନୀତିରେ ଭାରତର ଶୂନ ସହନଶୀଳ ନୀତି କଥା ଦୋହରାଯାଇଛି । ଆତଙ୍କବାଦ ବିରୋଧରେ ଦେଶ ଶୂନ ସହନଶୀଳତା ପ୍ରଦର୍ଶନ କରିଆସିଛି । ଆତଙ୍କବାଦକୁ କୌଣସି ଧାର୍ମିକ, ଜାତୀୟ କିମ୍ବା ବୈଚାରିକ ଆଧାରକୁ ନେଇ ଉଚିତ ଦର୍ଶାଯାଇ ପାରିବ ନାହିଁ । ଭାରତ ପ୍ରତ୍ୟେକ ପ୍ରକାର ଆତଙ୍କବାଦର କଡ଼ା ନିନ୍ଦା କରୁଛି ଏବଂ ନିନ୍ଦା କରିବ । ଭାରତୀୟ ନାଗରିକ ଓ ଦେଶ ହିତର ସୁରକ୍ଷା ସକାଶେ ଆତଙ୍କବାଦୀ ଆକ୍ରମଣକୁ ରୋକିବା ନୀତିରେ ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ଏହାଛଡ଼ା ଆତଙ୍କବାଦ ବିରୋଧରେ ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଶକ୍ତିକୁ ଏକାଠି କରି କାର୍ଯ୍ୟ କରିବା କଥା କୁହାଯାଇଛି । 'ପ୍ରହାର'ରେ ସ୍ପଷ୍ଟ କରାଯାଇଛି ଯେ ବିପଦର ମୁକାବିଲା ଲାଗି ମାନବାଧିକାର ଓ ଆଇନ ଆଧାରିତ ପ୍ରକ୍ରିୟା ଅବଲମ୍ବନ କରାଯିବ । କଠୋରପନ୍ଥୀ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା କାରଣଗୁଡ଼ିକୁ ଶେଷ କରିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ବିରୋଧରେ ହେଉଥିବା ଉଦ୍ୟମରେ ତାଳମେଳ ରଖିବା ନେଇ ଏଥିରେ ଜୋର ଦିଆଯାଇଛି । ଏହାଛଡ଼ା ସକ୍ରିୟ ତଥା ଗୁଇନ୍ଦା ତଥ୍ୟ ଉପରେ ପର୍ଯ୍ୟବସିତ ରଣନୀତି ଗ୍ରହଣ କରାଯିବ ।
ଏଥିରେ ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍ଏସି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଗୁଇନ୍ଦା ବ୍ୟୁରୋ (ଆଇବି) ଅଧୀନରେ କାମ କରୁଥିବା ମିଳିତ ଟାସ୍କଫୋର୍ସ ଅନ୍ ଇଣ୍ଟେଲିଜେନ୍ସ (ଜେଟିଏଫ୍ଆଇ) କଥା ବି ଉଲ୍ଲେଖ ରହିଛି । ଦେଶବ୍ୟାପୀ ଠୋସ ତଥା ସଦ୍ୟ ଗୁଇନ୍ଦା ତଥ୍ୟ ବିନିମୟ କରିବା ଏବଂ ମିଳିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜେଟିଏଫ୍ଆଇ କାମ କରିଥାଏ । ନୀତିରେ କୁହାଯାଇଛି ଯେ ଆତଙ୍କବାଦୀମାନେ ଯୋଗାଯୋଗ, ନିଯୁକ୍ତି ଓ ପ୍ରଚାର ନିମନ୍ତେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଭାରତୀୟ ଏଜେନ୍ସିଗୁଡ଼ିକ ଇଣ୍ଟରନେଟର ଦୁରୁପଯୋଗ ରୋକିବା ପାଇଁ ଲଗାତର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । ଓଭରଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲ୍ୟୁ) ନେଟ୍ୱର୍କକୁ ବି ଭାଙ୍ଗିଥାନ୍ତି । ଏଥିରେ ଆତଙ୍କବାଦ ପାଣ୍ଠି ଯୋଗାଣ ନେଟୱର୍କକୁ ଶେଷ କରିବା ନେଇ ବିଶେଷ ଧ୍ୟାନ ଦିଆଯାଇଛି ।
-
ଅଯୋଧ୍ୟାରେ ଗୌତମ ଆଦାନୀଙ୍କ ଭକ୍ତି ଯାତ୍ରା, ଭାରତର ପରମ୍ପରାକୁ ଦେଲେ ନୂଆ ଗୌରବ -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍







Click it and Unblock the Notifications