ନୌଗାମ ପୁଲିସ ଷ୍ଟେସନ ବିସ୍ଫୋରଣ ନେଇ ଗୃହ ମନ୍ତ୍ରଣାଳୟର ଜାରି କଲା ବିବୃତି, ଜାଣନ୍ତୁ କଣ କହିଲା ମନ୍ତ୍ରାଳୟ

ଶ୍ରୀନଗରର ନୌଗାମରେ ଥିବା ପୁଲିସ ଷ୍ଟେସନରେ ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ପ୍ରଥମ ବିବୃତି ଜାରି କରିଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି, ଗତକାଲି ରାତି ୧୧:୨୦ରେ ନୌଗାମ ପୁଲିସ ଷ୍ଟେସନରେ ଏକ ବିସ୍ଫୋରଣ ହୋଇଥିଲା। ନୌଗାମ ଷ୍ଟେସନ ନିକଟରେ ଏକ ଆତଙ୍କବାଦୀ ମଡ୍ୟୁଲକୁ ଠାବ କରାଯାଇଥିଲା।

Home Ministry

ବିସ୍ଫୋରକକୁ ଖୋଲା ସ୍ଥାନରେ ରଖାଯାଇଥିଲା
ଯାଞ୍ଚ୍ କରିବା ସମୟରେ ବିସ୍ଫୋରକ ଜବତ କରାଯାଇଥିଲା। ସମସ୍ତ SOP ଅନୁସରଣ କରାଯାଉଥିଲା। ବିସ୍ଫୋରକଗୁଡ଼ିକୁ ଏକ ଖୋଲା ସ୍ଥାନରେ ରଖାଯାଇଥିଲା। ସେଗୁଡ଼ିକୁ ରାସାୟନିକ ପରୀକ୍ଷା ପାଇଁ ପଠାଯାଉଥିଲା, ଯାହା ଅତ୍ୟନ୍ତ ସତର୍କତାର ସହିତ କରାଯାଉଥିଲା। କିନ୍ତୁ ହଠାତ୍ ବିସ୍ଫୋରଣ ଘଟିଥିଲା।

ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି ଯେ, ବିସ୍ଫୋରଣରେ ନଅ ଜଣ ପ୍ରାଣ ହରାଇଛନ୍ତି, ୨୭ ଜଣ ପୁଲିସ କର୍ମଚାରୀ, ୨ ରାଜସ୍ବ ଅଧିକାରୀ ଏବଂ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏକ ବିସ୍ତୃତ ତଦନ୍ତ ଚାଲିଛି। ସେ କହିଛନ୍ତି ସମସ୍ତ ଶୋକସନ୍ତପ୍ତ ପରିବାରଙ୍କୁ ମୁଁ ସମବେଦନା ଜଣାଉଛି।

ପୁଲିସ ଷ୍ଟେସନ କ୍ଷତି ଗ୍ରସ୍ତ
ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି ଯେ ପୁଲିସ ଷ୍ଟେସନର କୋଠା ବ୍ୟାପକ କ୍ଷତି ଗ୍ରସ୍ତ ହୋଇଛି। ଘଟଣାର କାରଣ ତଦନ୍ତ କରାଯାଉଛି। ତେବେ ଘଟଣାର କାରଣ ବିଷୟରେ ଆଉ କୌଣସି ଅନୁମାନ କରିବାର ଆବଶ୍ୟକତା ନାହିଁ। ସରକାର ମୃତକଙ୍କ ପରିବାର ସହିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+