ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା ; ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

ଜାମ୍ମୁ କାଶ୍ମୀର ନିର୍ବାଚନରେ ମୁସଲିମ କାର୍ଡ ଖେଳିଲା ବିଜେପି । ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ପ୍ରଚାର ମୈଦାନରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା । ଆଜି ଜମ୍ମୁ କାଶ୍ମୀରରେ ନିର୍ବାଚନ ରାଲିରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଣିକି ଉଜ୍ଜଳା ଯୋଜନାରେ କାଶ୍ମୀର ବାସୀଙ୍କୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ ।

AMIT SHAH

ଇଦ୍ ଓ ମହରମ ସମୟରେ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ଅମିତ୍ ଶାହା ନିର୍ବାଚନୀ ସଭାରୁ ଘୋଷଣା କରିଛନ୍ତି । ଏହି ଅବସରରେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ, ପିଡ଼ିପି ଓ ଏନସି ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ତିନୋଟି ପରିବାର ଦୀର୍ଘ ଦଶନ୍ଧି ଧରି ଜମ୍ମୁ କାଶ୍ମୀର ଜନସାଧାରଣ ମାନଙ୍କୁ ଧୋକ୍କା ଦେଇ ଆସୁଥିଲେ ।

ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଜାମ୍ମୁ କାଶ୍ମୀରରୁ ଆତଙ୍କବାଦକୁ ସମାପ୍ତ କରିଛି । ଏଠାରେ ଥିବା ଯୁବକମାନଙ୍କୁ ପଥର ବଦଳରେ ଲାପଟପ୍ ଦିଆଯାଇଛି । ଏଣିକି ଜାମ୍ମୁ କାଶ୍ମୀରରେ ତିନି ପରିବାରର ନିୟମ ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+