ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜୁରାଟ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଭାରତର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା-ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ନିଜ ଅଭିଭାଷଣରେ ଶ୍ରୀ ଶାହା କହିଛନ୍ତି ଯେଉଁଭଳି ଭାବେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଯୋଗୁଁ ଦେଶରେ ୧୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିଲା, ଏହି ବ୍ୟବସ୍ଥାରେ କୌଣସି ପ୍ରକାରର ଅନିୟମିତତା ସୃଷ୍ଟି ହେବ ନାହିଁ ।

କଂଗ୍ରେସ ଦଳକୁ ସମାଲୋଚନା କରି ଶ୍ରୀ ଶାହା କହିଛନ୍ତି କଂଗ୍ରେସ ସରକାର ବର୍ଷକୁ ଗୋଟିଏ ଥର କୃଷକମାନଙ୍କୁ ରିହାତି ପ୍ରଦାନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ବର୍ଷ ହେବ କୃଷକମାନଙ୍କୁ ପ୍ରତ୍ୟେକବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରି ଆସୁଅଛନ୍ତି । ଗୁଜରାଟ ସରକାରଙ୍କ ଏହି ଡିଜିଟାଲ୍ ମୁଦ୍ରା ପଦକ୍ଷେପର ଲକ୍ଷ୍ୟ ହେଉଛି ଖାଦ୍ୟ ଶସ୍ୟ ବଣ୍ଟନକୁ ଅଧିକ ସ୍ୱଚ୍ଛ କରିବା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଖାଦ୍ୟ ସୁରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ପାଇଁ ଶସ୍ୟ ଏଟିଏମ୍ ଏବଂ ସ୍ୱତନ୍ତ୍ର ପୁଷ୍ଟିସାଧନ ଅଭିଯାନର ମଧ୍ୟ ପ୍ରଚଳନ କରାଯାଇଛି ।












Click it and Unblock the Notifications