୨ହଜାର ୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରୋଟନ ଥେରାପି ମେସିନକୁ ପ୍ରଚଳନ କରିବାରେ ଆସାମ ଭାରତର ପ୍ରଥମ ରାଜ୍ୟ ହୋଇଛି । ଗୁଆହାଟୀ ଠାରେ ଆଜି ୨ହଜାର ୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି ।

ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ ସରକାରଙ୍କ ସମୟରେ ଗତ ୧୦ବର୍ଷ ମଧ୍ୟରେ ଆସାମ ଦେଶର ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ପରିଣତ ହୋଇଛି । ଏହି ଅବସରରେ ଶ୍ରୀ ଶାହା ଆଭାସୀ ମାଧ୍ୟମରେ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।












Click it and Unblock the Notifications