ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ ; ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ'

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ସବୁ ପରିସ୍ଥିତି କୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ । ଏଥିସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଶ୍ରୀନଗରରେ ୨୮ ଜଣ ମୃତକଙ୍କୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏହାସହ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

Amit

ଆହତଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ଶାହ । ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକାଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ । ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର । ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ମୋଦୀ ।

ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ । ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+