ଅପରେସନ ସିନ୍ଦୂର’ ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ, କହିଲେ...

ଅପରେସନ 'ସିନ୍ଦୂର'କୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ। ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେସନ 'ସିନ୍ଦୂର' ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପହଲଗାଓଁ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନଙ୍କୁ ନିପାତ କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ଅପରେସନ 'ମହାଦେବ'ରେ ନିହତ ହୋଇଛନ୍ତି।

amit saha

ଶାହ କହିଥିଲେ, ସେନାକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା। ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି। ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ। ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ। ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜାମ୍ମୁ-କାଶ୍ମୀର ପୁଲିସ ମିଳିତ ଭାବେ ଅପରେସନ 'ମହାଦେବ'କୁ ସଫଳ କରାଇଛନ୍ତି।

ଏହି ବିତର୍କରେ ବିଜେପି ସାଂସଦ ସଞ୍ଜୟ ଜୟସଓ୍ବାଲ, ଡିଏମକେ ସାଂସଦ କାନିମୋଇ, ଏ. ରାଜା, ସମାଜବାଦୀ ପାର୍ଟି ସାଂସଦ ବୀରେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ସାମିଲ ହେବେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ନିଜର ମନ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଅପରାହ୍ନ ୧ଟା ୩୦ରେ ଏବଂ କେ.ସି. ବେଣୁଗୋପାଳ ଅପରାହ୍ନ ୨ଟା ୩୦ରେ ମନ୍ତବ୍ୟ ରଖିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+