୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA
Home Minister Amit Shah On CAA: ଶନିବାର ଦିନ ନାଗରିକତ୍ୱ ସଂଶୋଧନ ଆଇନ (CAA) ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଲୋକସଭା ନିର୍ବାଚନ ପୂର୍ବରୁ CAA କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହା ମଧ୍ୟ କାର୍ଯ୍ୟକାରୀ ହେବ। ଗତ ବର୍ଷ ଡିସେମ୍ବରରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ସେ କହିଥିଲେ ଯେ CAA ର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ଅମିତ ଶାହା କହିଛନ୍ତି, "ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ CAA କୌଣସି ବ୍ୟକ୍ତିର ନାଗରିକତ୍ୱ ଛଡ଼ାଇ ନେବ ନାହିଁ । ଏହାର ଉଦ୍ଦେଶ୍ୟ କେବଳ ପାକିସ୍ତାନୀ, ଆଫଗାନିସ୍ତାନ ଏବଂ ବାଂଲାଦେଶୀରୁ ଭାରତ ପଳାଇ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏସସ ଆସିଛି । ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି ।
ଆଗାମୀ ଲୋକସଭା ନିର୍ବାଚନକୁ ଗୃହ ମନ୍ତ୍ରୀ କହିଛନ୍ତି, ବିଜେପି ଏକାକୀ ୩୭୦ ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ଆସନ୍ତା ଲୋକସଭା ନିର୍ବାଚନରେ ଜିତିବ, ଏହା ନିଶ୍ଚିତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନିଡିଏ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦେଶରେ ସରକାର ଗଠନ କରବା ପାଇଁ ଯାଉଛି ।












Click it and Unblock the Notifications