'ବାବରଙ୍କ ସମୟରେ ମିଳିଥିବା ଆଘାତ ଠିକ ହେଲା', ପ୍ରାଣ ପ୍ରତିଷ୍ଠା ପରେ ଗୃହମନ୍ତ୍ରୀ ଦେଲେ ବୟାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲଲା ବିରାଜମାନ ହୋଇଛନ୍ତି । ଅଯୋଧ୍ୟାରେ ରାମଲଲା ଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ଦେଶରେ ଉତ୍ସବର ମାହୋଲ ରହିଛି । ବର୍ତ୍ତମାନ ରାମ ଲଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଧାଡିରେ ଠିଆ ହୋଇ ଅପେକ୍ଷା କରୁଛନ୍ତି । ରାମ ମନ୍ଦିର ନିର୍ମାଣ ପରେ ମନ୍ଦିର ଏବଂ ରାମଲାଲା ଉପରେ ସବୁ ଦିଗରୁ ପ୍ରତିକ୍ରିୟା ଆସୁଛି । ଏପରି ଦେଶର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାମଲଶଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ମୋଗଲ ଆକ୍ରମଣକାରୀ ବାବର ବିଷୟରେ ଉଲ୍ଲେଖ କରିଛନ୍ତି ।

ରାମ ମନ୍ଦିର ଉପରେ ଖୁସି ବ୍ୟକ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଗତ ୫୦୦ ବର୍ଷ ଧରି ସମଗ୍ର ବିଶ୍ୱରେ ପ୍ରଭୁ ରାମଙ୍କ ଭକ୍ତମାନେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ପ୍ରଭୁ ରାମଙ୍କୁ ତମ୍ବୁରୁ ଏକ ଭବ୍ୟ ମନ୍ଦିରକୁ କେବେ ସ୍ଥାନାନ୍ତର କରାଯିବ ବୋଲି ସେମାନେ ପଚାରିଥିଲେ । ବର୍ତ୍ତମାନ ଏହି ବିକାଶ ବାବର ଯୁଗରେ ଆମ ହୃଦୟରେ ସୃଷ୍ଟି ହୋଇଥିବା ଗଭୀର କ୍ଷତକୁ ଲିଭାଇ ଦେଇଛି ବୋଲି କିହିଛନ୍ତି ଅମିତ ଶାହା ।

Amit Shah

ଗୃହମନ୍ତ୍ରୀ ଅମିତ ଶାହା ଆହୁରି କହିଛନ୍ତି ଯେ ଔରଙ୍ଗଜେବ କାଶୀ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିଥିଲେ । ମୋଦୀ ହିଁ ଏତେ ବର୍ଷ ପରେ ଏହାର ନବୀକରଣ କରି ସେଠାରେ ଏକ କରିଡର ନିର୍ମାଣ କରିଛନ୍ତି । ବାବର ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଧ୍ୱଂସ କରିଦେଇଥିଲେ । ବର୍ତ୍ତମାନ ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ସେଠାରେ ପ୍ରାଣପ୍ରତିଷ୍ଠା କରିଛନ୍ତି । ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ୨୦୧୪ ପୂର୍ବ ସରକାରମାନେ ଦେଶର ସଂସ୍କୃତି, ଧର୍ମ ଏବଂ ଭାଷାକୁ ସମ୍ମାନ କରିବାକୁ ଭୟ କରୁଥିଲେ ।

କେବଳ ଦେଶରୁ ନୁହେଁ ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ରାମ ମନ୍ଦିର ଦେଖିବାକୁ ଆସିବେ । ଏହାର କାରଣ ହେଉଛି, ଯେଉଁମାନେ ରାମଙ୍କୁ ବିଶ୍ୱାସ କରନ୍ତି, ସେମାନେ ସମଗ୍ର ବିଶ୍ୱରେ ବ୍ୟାପି ଯାଇଛନ୍ତି । ଏକ ରିପୋର୍ଟର ତଥ୍ୟ ଅନୁସାରେ ଅଯୋଧ୍ୟାରେ ଅଯୋଧ୍ୟାରେ ରାମ ମନ୍ଦିରକୁ ପ୍ରତିବର୍ଷ ଅତି କମରେ ପାଞ୍ଚ କୋଟି ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛିା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+