ଅମିତ ଶାହଙ୍କ କାଶ୍ମୀର ଗସ୍ତ: ବିନା ବୁଲେଟ ବୁଲେଟ୍ ପ୍ରୁଫ୍ ଜ୍ଯାକେଟରେ କଥା ହେଲେ ଲୋକଙ୍କ ସହ
ଜମ୍ମୁକଶ୍ମୀର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 3 ଦିନିଆ କାଶ୍ମୀର ଗସ୍ତରେ ଯାଇଥିବା ବେଳେ କାଶ୍ମୀରବାସୀଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ବିଶ୍ବାସ ଜନ୍ମାଇବା ପାଇଁ ସୃଷ୍ଟି କରିଛନ୍ତି ନିଆରା ଉଦାହରଣ। ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଲେଟ ପ୍ରୁଫ୍ କାଢି ସିଧାସଳଖ ଲୋକମାନଙ୍କ ସହ କଥା ହୋଇଛନ୍ତି। ଜମ୍ମୁକଶ୍ମୀରେ ଆତଙ୍କବାଦୀ ମୁକ୍ତ ଅଭିଯାନରେ ଯାଇଛନ୍ତି ଶାହ। ଶାହ ଶ୍ରୀନଗରରେ ଏକ ଜନସଭାରେ ଯୋଗଦେବା ସମୟରେ ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା କର୍ମୀମାନେ ତାଙ୍କ ଦେହରେ ବୁଲେଟ ପ୍ରୁଫ୍ ସୁରକ୍ଷା କବଚ ଲଗାଇଥିଲେ।

ହେଲେ ଶହ ଶହ ଲୋକଙ୍କ ଆଗରେ ନିଜ ବୁଲେଟ ପ୍ରୁଫ୍ କାଢି ସୁରକ୍ଷା କର୍ମୀଙ୍କୁ ତଳକୁ ଯିବାକୁ ଶାହ କହିଥିଲେ। ମୁଁ ଲୋକମାନଙ୍କ ସହ ସିଧାସଳଖ କଥା ହେବି ବୋଲି ଶାହ କହିଥିଲେ । ଯାହାକି ଜମ୍ମୁକଶ୍ମୀର ବାସୀଙ୍କ ବିଶ୍ୱାସକୁ ଆହୁରି ବଢ଼ାଇଦେଇଛି । ଜମ୍ମୁକଶ୍ମୀରରେ କିଛି ଦିନ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏ ସମୟରେ ଶାହଙ୍କ ଏପରି ସାହାସିକତାକୁ ସାଧାରଣରେ ପ୍ରଂଶସା କରାଯାଇଥିଲା।
୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା ଶାହ ପ୍ରଥମ ଦିନରେ ଶାହ ସହିଦ ପୋଲିସ କର୍ମୀଙ୍କ ସହ ଭେଟ୍ଟିବା ସହ। ଜମ୍ମୁ କାଶ୍ମୀର ବିକାଶ ମୂଳକ କାମର ସମୀକ୍ଷା କରିଥିଲେ। ଦୁଇ ବର୍ଷ ମଧ୍ୟରେ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ମେଟ୍ରୋ ସେବା ଆରମ୍ଭ ହେବ।












Click it and Unblock the Notifications