ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ, କହିଲେ ଲାଗିବ ତ...

ପୁଣି ପାକିସ୍ତାନ ଉପରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀ ବିଜ୍ଞାନ ଭବନରେ ବିଏସ୍ଏଫ୍‌ର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବର୍ଷିଲେ ଗୃହମନ୍ତ୍ରୀ। କହିଲେ, ଅପରେସନ୍ ସିନ୍ଦୂର ପାକିସ୍ତାନର ମୁଖା ଖୋଲିଦେଇଛି। ବିଏସ୍‌ଏଫ୍ ଥିବା ଯାଏଁ ପାକିସ୍ତାନ ସେନା ଇଞ୍ଚେ ବି ଆଗକୁ ବଢ଼ି ପାରିବନି। ଅପରେସନ ସିନ୍ଦୂରରେ ୯ଟି ଆତଙ୍କୀ ଠିକଣାକୁ ଧ୍ବଂସ କରାଯାଇଛି।

amit saha

ଅମିତ ଶାହ କହିଛନ୍ତି, ଅପରେସନ ସିନ୍ଦୂର ଦ୍ବାରା ଆତ୍ମନିର୍ଭର ଭାରତର ସଫଳତାକୁ ଦେଖିଲୁ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି, ଆଗକୁ ବି ଜାରି ରହିବ। ପ୍ରଥମ ଥର ପାଇଁ, ଆମେ ପାକିସ୍ତାନରେ ପ୍ରବେଶ କରି ଉରି ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଥିଲୁ। ବାଲାକୋଟ ଭିତରେ ପ୍ରବେଶ କରି ଉରି ଅପେକ୍ଷା କଠୋର ଜବାବ ଦିଆଯାଇଥିଲା। ଆମେ ଏବେ ଅପରେସନ ସିନ୍ଦୂର ମଧ୍ୟମରେ ଆଉ ଏକ କଡ଼ା ଜବାବ ଦେଇଛୁ।

ଏହି ଅବସରରେ ମୋଦି ସରକାରଙ୍କ ବିଷୟରେ କହି ଅମିତ ଶାହ କହିଛନ୍ତି, ମୋଦି ସରକାରଙ୍କ ପୂର୍ବରୁ ପାକିସ୍ତାନକୁ କେବେବି ଉଚିତ ଜବାବ ଦିଆଯାଇ ନଥିଲା। ଭାରତ କିଛି ଦଶନ୍ଧି ଧରି ପାକ୍ ପ୍ରାୟୋଜିତ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛି। ଦଶନ୍ଧି ଧରି ପାକିସ୍ତାନ ଅନେକ ଘଟଣା ଘଟାଇଥିଲା କିନ୍ତୁ କୌଣସି ଉପଯୁକ୍ତ ଜବାବ ଦିଆଯାଇ ନଥିଲା। ୨୦୧୪ ମସିହାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ। ବିଜେପି ନେତୃତ୍ୱାଧୀନ ସରକାର ଗଠନ ହେଲା। ଉରିରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ଆମେ ପ୍ରଥମ ଥର ପାଇଁ ଆତଙ୍କବାଦୀଙ୍କ ଆଡ୍ଡାରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଉଚିତ ଜବାବ ଦେଇଥିଲୁ।

ଅପରେସନ ସିନ୍ଦୂରକୁ ସଫଳ ବୋଲି ବର୍ଣ୍ଣନା କରି ଅମିତ ଶାହ କହିଛନ୍ତି, ମେ ୮ ତାରିଖରେ ଦୁଇଟି ବଡ଼ ଆତଙ୍କବାଦୀ ଘାଟି ଧ୍ୱଂସ କରାଯାଇଥିଲା। ଆମେ ସେନା କିମ୍ବା ଏୟାରବେସକୁ ଛୁଇଁ ନାହୁଁ। ଆମେ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲୁ। ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ଆମ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ଆମେ ୯ ତାରିଖରେ ସେମାନଙ୍କର ଏୟାରବେସ୍ ଉଡ଼ାଇ ଦେଇଥିଲୁ।

ଅମିତ ଶାହ କହିଛନ୍ତି, ଆମ ଦେଶରେ ଆତଙ୍କବାଦୀ ଆକ୍ରମଣର ଇତିହାସରେ ଅପରେସନ ସିନ୍ଦୂର ସବୁଠାରୁ ସଠିକ ଏବଂ ସମସ୍ତ ଉଦ୍ଦେଶ୍ୟ ପୂରଣ କରିଥିଲା। ଅମିତ ଶାହ ବିଏସଏଫର ସହିଦ ସୈନିକମାନଙ୍କୁ ମନେ ପକାଇଲେ। ସେ କହିଛନ୍ତି, ଏହି ଅପରେସନରେ ଇମତିଆଜ ଅହମ୍ମଦ ଏବଂ ଦୀପକ ଚିଙ୍ଗାଖମ ଦେଶକୁ ସୁରକ୍ଷା ଦେଇ ନିଜ ଜୀବନ ବଳିଦାନ ଦେଇଥିଲେ। ମୁଁ ସେମାନଙ୍କ ସମସ୍ତଙ୍କ ସାହସିକତାକୁ ପ୍ରଶଂସା କରୁଛି ଏବଂ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+