ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହା
Lok Sabha Election 2024: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଗାନ୍ଧିନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ସୂଚନାଅନୁସାରେ, ଗୁଜୁରାଟ ଗାନ୍ଧିନଗର ସିଟରୁ ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୧୯ ଲୋକସଭା ନିର୍ବାଚନରେ ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟର ଗାନ୍ଧୀନଗର ଆସନରୁ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଁ ବିଜୟ ଲାଭ କରିଥିଲେ । ଅମିତ ଶାହ ପ୍ରାୟ ୫ ଲକ୍ଷ ୫୦ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଗାନ୍ଧିନଗରରେ ଏକ ବିଶାଳ ରାଲି କରି ଯାଇ ନିଜ ସମର୍ଥକଙ୍କ ଉପସ୍ଥିତିରେ ନୋମିନେସନ୍ ଦାଖଲ କରିଛନ୍ତି ଅମିତା ଶାହ । ଏହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟ ବିଜେପି ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।
୨୦୧୭ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଅମିତ ଶାହ ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ । ୨୦୧୯ରୁ ସେ ପ୍ରଥମ ଥର ଗାନ୍ଧିନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏଥର ସେ ଦ୍ୱିତୀୟ ଥର ପାଇଁ ଗାନ୍ଧିନଗରରୁ ନାମାଙ୍କନ ଦାଖଲ କରିଛନ୍ତି ।












Click it and Unblock the Notifications