Get Updates
Get notified of breaking news, exclusive insights, and must-see stories!

ରାହୁଲ-ପ୍ରିୟଙ୍କାଙ୍କ ଉପରେ ବର୍ଷିଲେ ଶାହା, କହିଲେ ଯେତେବେଳେ.....

ଅହମ୍ମଦାବାଦ: ଆଜି ଅହମ୍ମଦାବାଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଶାଳ ରୋଡ ସୋ କରିଛନ୍ତି । ଗାନ୍ଧୀନଗରରେ ମଧ୍ୟ ଏକ ରୋଡ୍ ସୋ କରି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ଶାହା । ଆସନ୍ତକାଲି ଅମିତ ଶାହା ଗାନ୍ଧୀନଗରରୁ ନାମାଙ୍କନ ପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ବିଶାଳ ରାଲିରେ ଯାଇ ସମର୍ଥକଙ୍କୁ ଭେଟିଛନ୍ତି ।

ଗୃହମନ୍ତ୍ରୀ ଆଜି ସାନନ୍ଦ, କଲୋଲ, ସାବରମତି, ଘାଟଲୋଡିୟା, ନରଣପୁରା ଏବଂ ବେଜଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ କରିବାର ରହିଛି କାର୍ଯ୍ୟକ୍ରମ । ଶାହା ନିଜର ସଂସଦୀୟ କ୍ଷେତ୍ରରେ ରୋଡ଼ କରିବା ସମୟରେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା ପ୍ରିୟଙ୍କା ଗାନ୍ଧୀଙ୍କ ଏକ ବିବୃତ୍ତିକୁ ନେଇ କହିଛନ୍ତି ଯେ, "ଯେତେବେଳେ କିଛି କରିବାକୁ ଅସମର୍ଥ ହୁଅନ୍ତି ସେତେବେଳେ ଜଣେ ଇଭିଏମକୁ ଦୋଷ ଦେଇଥାଏ ।

amit shah

ଯେତେବେଳେ ତେଲେଙ୍ଗାନା ଏବଂ ହିମାଚଳରେ କଂଗ୍ରେସ ସରକାର ଗଠନ କଲା, ଇଭିଏମ୍ ଭଲ ଥିଲା । ବର୍ତ୍ତମାନ ଯଦି ସେମାନେ ହାରିଯାଆନ୍ତି, ତେବେ ଦୋଷ ଲଦିବେ । " ଏଥି ସହ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ନିଜେ ତାଙ୍କୁ ଗୁରୁତ୍ୱ ଦେଉନାହିଁ, ତେବେ ଆପଣ କାହିଁକି ଗୁରୁତ୍ୱ ଦେଉଛନ୍ତି ।

ସାରା ଦେଶରେ କୌଣସି ଆହ୍ୱାନ ନାହିଁ । ଏଥର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦୦ ଲୋକସଭା ଆସନ ଅତିକ୍ରମ କରିବେ । ଆଉ ସେ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ଅମିତ ଶାହା

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+