Narendra Modi Government 3.0: ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ

Modi Cabinet Portfolio: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁନ୍ 9) ନୂତନ ଏନଡିଏ ମିଳିତ ସରକାରର 71 ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ତିରିଶ ଜଣ କ୍ୟାବିନେଟ ମନ୍ତ୍ରୀ, ପାଞ୍ଚଜଣଙ୍କ ସ୍ୱାଧୀନ ଦାୟିତ୍ୱ ଏବଂ 36 ଜଣ ରାଜ୍ୟ ମନ୍ତ୍ରୀ ଅଟନ୍ତି। ରବିବାର ଦିନ ଅନୁଷ୍ଠିତ ମୋଦି କ୍ୟାବିନେଟର ପ୍ରଥମ ବୈଠକରେ ବିଜେପି ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛି।

ଗୃହ ମନ୍ତ୍ରଣାଳୟ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁଣିଥରେ ଏସ ଜୟଶଙ୍କରଙ୍କୁ ଦିଆଯାଇଛି। ନିତିନ ଗଡକରୀଙ୍କୁ ପୁଣି ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି। ହର୍ଷ ମଲହୋତ୍ରାଙ୍କୁ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ, ଅଜୟ ଟମଟାଙ୍କୁ ସଡ଼କ ପରିବନ ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

Modi Cabinet List

କ୍ୟାବିନେଟରେ ଅନ୍ତର୍ଭୁକ୍ତ ନୂତନ ମନ୍ତ୍ରୀମାନେ ମୋଦି 3.0 କ୍ୟାବିନେଟର ପ୍ରଥମ ବୈଠକରେ ସନ୍ଧ୍ୟା 5ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଲୋକ କଲ୍ୟାଣ ମାର୍ଗରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜେପି ନାଡ୍ଡା, ପୀୟୁଷ ଗୋୟଲ, ନିତିନ ଗଡକରୀ, ନିର୍ମଳା ସୀତାରମଣ, ଏସ ଜୟଶଙ୍କର, ଲଲନ ସିଂ, ଜିତନ ରାମ ମଞ୍ଜି, ଶିବରାଜ ସିଂ ଚୌହାନ, ଚିରାଗ ପାସୱାନ, ଗିରିରାଜ ସିଂଙ୍କ ସହ ବହୁ ନେତା ଅଂଶଗ୍ରହଣ କରିଥିଲେ।

ମୋଦୀ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ 3 କୋଟି ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସମସ୍ତ ଘରକୁ ଏଲପିଜି ଏବଂ ବିଦ୍ୟୁତ୍ ସଂଯୋଗ ଯୋଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ରାଜନାଥ ସିଂ - ପ୍ରତିରକ୍ଷା ମନ୍ତ୍ରଣାଳୟ
ଅମିତ ଶାହା- ଗୃହ ମନ୍ତ୍ରଣାଳୟ
ନିତିନ ଗଡକରୀ - ସଡକ ପରିବହନ ମନ୍ତ୍ରଣାଳୟ
ଜେ.ପି ନଡ୍ଡା- ସ୍ବାସ୍ଥ୍ୟ

ଶିବରାଜ ସିଂ ଚୌହାନ - କୃଷି ମନ୍ତ୍ରଣାଳୟ, ପଞ୍ଚାୟତ ରାଜ ମନ୍ତ୍ରଣାଳୟ

ନିର୍ମଳା ସୀତାରମଣ - ଅର୍ଥ ମନ୍ତ୍ରଣାଳୟ

ଏସ ଜୟଶଙ୍କର - ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ମନୋହର ଲାଲ ଖଟ୍ଟର - ଶକ୍ତି ମନ୍ତ୍ରଣାଳୟ, ନଗର ଉନ୍ନୟନ ମନ୍ତ୍ରଣାଳୟ
ଏଚ୍‌.ଡି କୁମାରସ୍ବାମୀ- ଇସ୍ପାତ ଓ ଖଣି
ପୀୟୁଷ ଗୋୟଲ-ବାଣିଜ୍ୟ ମନ୍ତ୍ରଣାଳୟ
ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା ବିଭାଗ
ଜିତରାମ ମାଞ୍ଜୀ- ଏମଏସଏମଇ ମନ୍ତ୍ରଣାଳୟ
ରାଜୀବ ରଂଜନ ଉର୍ଫ ଲଲନ ସିଂ
ସର୍ବାନନ୍ଦ ସୋନୱାଲ- ବନ୍ଦର ଓ ଜାହାଜ ଚଳାଚଳ
ରାମ ମୋହନ ନାଇଡୁ ଟିଡିପି
ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଓ ଖାଉଟି କଲ୍ୟାଣ
ଜୁଏଲ ଓରାମ- ଆଦିବାସୀ କଲ୍ୟାଣ
ଗିରିରାଜ ସିଂହ- ବୟନ ଶିଳ୍ପ
ଅଶ୍ୱିନୀ ବୈଷ୍ଣବ- ରେଳ, ସୂଚନା ଓ ପ୍ରସାରଣ
ଜ୍ୟୋତିରାଦିତ୍ୟ ସିନ୍ଦିଆ- ଟେଲିକମ୍‌
ହରଦୀପ ସିଂ ପୁରୀ- ପେଟ୍ରୋଲିୟମ
ମାନସୁଖ ମାଣ୍ଡବ୍ୟ-ଶ୍ରମ ମନ୍ତ୍ରୀ

ଚିରାଗ ପାସୱାନ- କ୍ରୀଡା ମନ୍ତ୍ରଣାଳୟ
ସିଆର୍ ପାଟିଲ - ଜଳଶକ୍ତି ମନ୍ତ୍ରାଳୟ

କିରଣ ରିଜିଜୁ- ସଂସଦୀୟ ବ୍ୟାପାର

ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ

କେ. ରାମ ମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ

ଗଜେନ୍ଦ୍ର ଶେଖାୱତ- ପର୍ଯ୍ୟଟନ ଓ ସଂସ୍କୃତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+