ପବିତ୍ର ଅମରନାଥ ଯାତ୍ରା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି
ଆଜିଠୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା। କାଶ୍ମୀର ଉପତ୍ୟକାରେ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦିନରେ 4,890 ଜଣ ଯାତ୍ରୀଙ୍କ ଆଗମନ ହୋଇଛି । ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ଯାହାକୁ ଜାମ୍ମୁ କାଶ୍ମୀର ଲିଟେନଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଗତକାଲି ଭଗବତୀ ନଗର-ବେସ୍
ଶ୍ରୀନଗର: ଆଜିଠୁ ଆରମ୍ଭ ହେଲା ପବିତ୍ର ଅମରନାଥ ଯାତ୍ରା। କାଶ୍ମୀର ଉପତ୍ୟକାରେ ଶ୍ରୀ ଅମରନାଥଜୀ ଯାତ୍ରାର ପ୍ରଥମ ଦିନରେ 4,890 ଜଣ ଯାତ୍ରୀଙ୍କ ଆଗମନ ହୋଇଛି । ଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ଯାହାକୁ ଜାମ୍ମୁ କାଶ୍ମୀର ଲିଟେନଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଗତକାଲି ଭଗବତୀ ନଗର-ବେସ୍ କ୍ୟାମ୍ପରୁ ପତାକା ଦେଖାଇ ସ୍ବାଗତ କରିଛନ୍ତି। ମୋଟ 176ଟି ଗାଡିରେ ଯାତ୍ରୀମାନେ ଅମରନାଥ ଅଭିମୁଖ୍ୟ ଯାତ୍ରା କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଅନେକ ବର୍ଷ ଧରି ଅମରନାଥଜୀ ତୀର୍ଥଯାତ୍ରା ଅର୍ଥନୀତି ଉପରେ ବହୁତ ପ୍ରଭାବ ପକାଇବା ସହିତ ଭାଇଚାରା ଏବଂ ସାମାଜିକ ଏକତାର ବନ୍ଧନକୁ ମଜବୁତ କରୁଛି । ସିହ୍ନା କହିଛନ୍ତି ଯେ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସମ୍ଭବ ସୁବିଧା ଯୋଗାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। କୌଣସି ବି ଭକ୍ତଙ୍କର କିଛି ସମସ୍ୟା ନହେଉ ସେନେଇ ଧ୍ୟାନ ରଖାଯାଉଛି। ସମସ୍ତ ଭକ୍ତ ସୁରକ୍ଷିତ ଭାବେ ଦର୍ଶନ ସାରି ଫେରିବାର ସମସ୍ତ ସୁବିଧା କରାଯାଇଛି।












Click it and Unblock the Notifications