ଜଳି ପୋଡି ପାଉଁଶ ହେଉଛି Hollywood ! ବଢିପାରେ ମୃତ୍ୟୁ ସଂଖ୍ୟା
Hollywood Fire: ଆମେରିକା ଲସ୍ ଆଞ୍ଜେଲ୍ସରେ ଲାଗିଛି ଇତିହାସର ସବୁଠୁ ଭୟଙ୍କର ନିଆଁ । ନିଆଁର ଜଳୁଛି ସହରର, ହେଲାଣି ବ୍ୟାପକ କ୍ଷୟକ୍ଷତି । ଶହ ଶହ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନେକ ହଲିଉଡ ଷ୍ଟାରଙ୍କ ଘର ଜଳି ପୋଡି ପାଉଁଶ ହେଲାଣି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ରହିଛି । ସେହିପରି ୫ ହାଜାର ଏକରରୁ ଅଧିକ ସ୍ଥାନରେ ନିଆଁ ବ୍ୟାପିଛି । ଭୟଙ୍କର ଅଗ୍ନିକାଣ୍ତ ପାଇଁ ସାନ୍ତାମୋନିକା ସହରରେ ଲାଗିଛି କର୍ଫ୍ୟୁ ଏବଂ ବନ୍ଦ ପଡିଛି ହଲିଉଡ ଷ୍ଟିଡିଓ ।
ଫିଲ୍ମ ଷ୍ଟାର ଏବଂ ସେଲିବ୍ରିଟିଙ୍କ ଘର ମଧ୍ୟ ନିଆଁରୁ ବର୍ତ୍ତି ପାରି ନାହିଁ । ଏହି ଅଗ୍ନିକାଣ୍ଡ ବିଶ୍ୱର କିଛି ସବୁଠାରୁ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟ୍ ଏବଂ ଶୋବିଜ୍ ସ୍ଥାନଗୁଡ଼ିକୁ ନଷ୍ଟ କରିଛି । ଅନେକ ବଡ଼ ହଲିଉଡ୍ ଅଭିନେତା ନିଜ ଘର ହରାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ଲାଗିଥିବା ଭୟଙ୍କର ଜଙ୍ଗଲୀ ନିଆଁରେ ଘର ହରାଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ପ୍ୟାରିସ୍ ହିଲଟନ୍, ବିଲି କ୍ରିଷ୍ଟାଲ୍ ଏବଂ ଆଡାମ ବ୍ରୋଡିଙ୍କ ଘର ରହିଛି । ନିକ୍ସନ ଏବଂ କାସିନୋ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ଜେମ୍ସ ଉଡ୍ସ କାନ୍ଦି କାନ୍ଦି ସିଏନଏନକୁ ତାଙ୍କ ପାସିଫିକ୍ ପାଲିସାଡେସ୍ ସମ୍ପତ୍ତିର ପୋଡିଯାଇଥିବା ବିଷୟରେ କହିଥିଲେ।

ପ୍ୟାରିସ୍ ହିଲଟନ୍ କହିଛନ୍ତି ଯେ ସେ ମାଲିବୁରେ ତାଙ୍କ ଘର ହରାଇଛନ୍ତି। "ମୋ ପରିବାର ସହିତ ବସି ଖବର ଦେଖୁଛି, ମାଲିବୁରେ ମୋ ଘର ଜଳି ଯାଉଥିବାର ଦେଖି ଖୁବ୍ କଷ୍ଟ ଲାଗୁଛି । ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଏପରି କିଛି ଘଟିଛି ଯାହାକୁ କେହି କେବେ ଦେଖିବା ଉଚିତ୍ ନୁହେଁ,"।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲସ୍ ଆଞ୍ଜେଲ୍ସର ପାଞ୍ଚଟି ସ୍ଥାନରେ ଏବେ ବି ନିଆଁ ଲାଗି ରହିଛି। ଏପର୍ଯ୍ୟନ୍ତ ୧,୩୭,୦୦୦ ରୁ ଅଧିକ ଲୋକ ନିଜ ଘର ଛାଡି ସାରିଛନ୍ତି। ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଇଟନର ଅବସ୍ଥା ମଧ୍ୟ ବହୁତ ଖରାପ। ସନସେଟ୍, ହର୍ଷ୍ଟ ଏବଂ ଲିଡିଆ ଏବେବି ଜଳୁଛି । ପ୍ରାୟ ୨ ହଜାର କୋଠା ଏବଂ ଘର ନଷ୍ଟ ହୋଇଯାଇଛି ଏବଂ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ପ୍ରବଳ ପବନ ଯୋଗୁଁ ନିଆଁକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟକର ହୋଇପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ଅଗ୍ନିଶମ ମୁଖ୍ୟ କହିଛନ୍ତି ଯେ ନିଆଁକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇ ପଡିଛି ।












Click it and Unblock the Notifications