ହୋଲି ସମୟରେ ଯାତ୍ରୀଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍

ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଯାତ୍ରୀମାନଙ୍କ ଅତିରିକ୍ତ ଯାତ୍ରୀ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ତିନି ଯୋଡି ହୋଲି ସ୍ପେସିଆଲ୍ ଟ୍ରେନ୍ ଚେରଲାପାଲ୍ଲୀ (ହାଇଦ୍ରାବାଦ), କୋଲକାତା ଏବଂ ବେଙ୍ଗାଲୁରୁକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି | ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପୂର୍ବରୁ ଚଳାଚଳ କରୁଥିବା କିଛି ସ୍ୱତନ୍ତ୍ର ଟ୍ରେନର ସେବାକୁ ମଧ୍ୟ ବର୍ଦ୍ଧିତ କରାଯାଇଅଛି |

Holi Special Trains from East Coast Railway

ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି | ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟ୍ ର ଲମ୍ବା ପ୍ରତୀକ୍ଷା ତାଲିକା ଦେଖିବାକୁ ମିଳୁଛି | ଭାରତୀୟ ରେଳବାଇର ଯାତ୍ରୀ ପ୍ରୋଫାଇଲ୍ ମ୍ୟାନେଜମେଣ୍ଟ ୟୁନିଟ୍ ଯାତ୍ରୀଙ୍କ ଯାତ୍ରା ଅସୁବିଧାକୁ ଦୂର କରିବା ପାଇଁ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଉପରେ ନଜର ରଖିଛି | ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି |

A. ଭୁବନେଶ୍ୱର - ଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ୱତନ୍ତ୍ର ଟ୍ରେନ |

B. ପୁରୀ - କୋଲକାତା ହୋଲି ସ୍ୱତନ୍ତ୍ର ଟ୍ରେନ |

C. ବିଶାଖାପାଟଣା - SMVT ବେଙ୍ଗାଲୁରୁ ହୋଲି ସ୍ୱତନ୍ତ୍ର ଟ୍ରେନ |

D. ସ୍ୱତନ୍ତ୍ର ଟ୍ରେନ୍ ସେବା ଯଥା: ଖୋର୍ଦ୍ଧା ରୋଡ୍ ରୁ ଉଧନା (ସୁରତ); ପୁରୀରୁ କୋଲକାତା / ସନ୍ତ୍ରାଗାଛି / ଶାଲିମାର ଏବଂ ଭଞ୍ଜପୁର (ବାରିପଦା); ବିଶାଖାପାଟଣାରୁ ତିରୁପତି/ଶାଲିମାର; ସମ୍ବଲପୁରରୁ ଇରୋଡ୍ (ତାମିଲନାଡୁ) ଏବଂ ଭୁବନେଶ୍ୱରରୁ ଯଶବନ୍ତପୁର (ବାଙ୍ଗାଲୋର) ଏବଂ ଭୁବନେଶ୍ୱର ରୁ ଧାନବାଦ ସ୍ୱତନ୍ତ୍ର ଟ୍ରେନ ଗୁଡିକର ଚଳାଚଳ ଦିବସ ବୃଦ୍ଧି

ବର୍ଥ ଉପଲବ୍ଧ - ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ କିପରି ଖୋଜିବେ:

ଯଦି, ଏହି ଋତୁରେ ଯାତ୍ରୀମାନେ ନିୟମିତ ଟ୍ରେନରେ ପ୍ରତୀକ୍ଷା ତାଲିକା ସ୍ଥିତି ପାଉଛନ୍ତି, ତେବେ ସେମାନେ ପୂର୍ବତଟ ରେଳପଥ କ୍ଷେତ୍ରାଧିକାରରୁ ଏବଂ ଏହା ମଧ୍ୟ ଦେଇ ଚଳାଚଳ ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ଟ୍ରେନ୍ ଟିକେଟ ବୁକ୍ କରିପାରିବେ | ସ୍ୱତନ୍ତ୍ର ଟ୍ରେନ ନମ୍ବର "0" (ଶୂନ୍ୟ) ସହିତ ଆରମ୍ଭ ହୁଏ ଏବଂ ଯାତ୍ରୀମାନେ ଅନଲାଇନ୍ ଟିକେଟ ପାଇଁ ଆଇଆରସିଟିସି ୱେବ ସାଇଟ ମାଧ୍ୟମରେ କିମ୍ବା କାଉଣ୍ଟର ଟିକେଟ ପାଇଁ PRS କାଉଣ୍ଟର ଯାଇ ଟ୍ୱିମେଟ ବୁକ କରିପାରିବ ସହ ଟ୍ରେନ ସମ୍ବନ୍ଧରେ ଜାଣିବା ପାଇଁ ଜାତୀୟ ଟ୍ରେନ୍ ସୂଚନା ପ୍ରଣାଳୀ (NTES) ରୁ ସହଜରେ ପାଇପାରିବେ |

ସ୍ୱତନ୍ତ୍ର ଟ୍ରେନଗୁଡ଼ିକରେ ବର୍ଥ ଉପଲବ୍ଧ। ଏହି ଋତୁରେ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ଟ୍ରେନ ଚଲାଇ ଏବଂ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରୁଅଛି | ଯାତ୍ରୀମାନେ IRCTC ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରି କିମ୍ବା PRS କାଉଣ୍ଟରରୁ ଟିକେଟ ବୁକ୍ କରିବା ସହ ଅନଲାଇନରେ ସେମାନଙ୍କର ଟିକେଟ ବୁକ୍ କରିପାରିବେ | ପୂର୍ବତଟ ରେଳପଥ ମଧ୍ୟ ସମ୍ପ୍ରତି ସ୍ୱତନ୍ତ୍ର ଟ୍ରେନ୍ ଚଲାଇବା ବିଷୟରେ ସୂଚନା ଦେଇଛି | ଯାତ୍ରୀମାନେ ପୂର୍ବତଟ ରେଳପଥ ଫେସବୁକ୍ ପେଜ୍ @EASTCOASTRailway ଏବଂ ଟ୍ୱିଟର୍ ଆକାଉଣ୍ଟ @EastCoastRail କୁ ଅନୁସରଣ କରି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ଜାଣିପାରିବେ |

ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ) ହୋଲି ସ୍ପେଶାଲ୍:

08479/08480 ଭୁବନେଶ୍ୱର-ଚେରଲାପାଲି (ହାଇଦ୍ରାବାଦ)-ଭୁବନେଶ୍ୱର ହୋଲି ସ୍ପେଶାଲ୍ 10 ମାର୍ଚ୍ଚରୁ 24 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ସୋମବାର ଦିନ ମଧ୍ୟାହ୍ନ 12ଘ.10ମି.ରେ ଭୁବନେଶ୍ୱରରୁ ଛାଡିବ | ଫେରିବା ମାର୍ଗରେ, ଚେରଲାପାଲି-ଭୁବନେଶ୍ୱର ହୋଲି ସ୍ପେଶାଲ୍ 11 ମାର୍ଚ୍ଚରୁ 25 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ପୂର୍ବାହ୍ନ 09ଘ.50ମି.ରେ ଚେରଲାପାଲିରୁ ଛାଡି ଭୁବନେଶ୍ୱର ଯାତ୍ରା କରିବ |

ପୁରୀ-କୋଲକାତା ହୋଲି ସ୍ପେଶାଲ୍:

03101/03102 କୋଲକାତା-ପୁରୀ-କୋଲକାତା ହୋଲି ସ୍ପେଶାଲ୍ 13, 18 ଏବଂ 20 ମାର୍ଚ୍ଚ 2025 ଦିନ ରାତ୍ରି 11ଘ.50ମି.ରେ କୋଲକାତାରୁ ଛାଡିବ | ଫେରିବା ଦିଗରେ, ପୁରୀରୁ 03102 ପୁରୀ-କୋଲକାତା ହୋଲି ସ୍ପେଶାଲ୍ 14, 19 ଏବଂ 21 ମାର୍ଚ୍ଚ 2025 ଦିନ ଅପରାହ୍ନ 03ଘ.30ମି.ରେ ଛାଡି କୋଲକାତା ଯାତ୍ରା କରିବ |

ବିଶାଖାପାଟଣା-ବେଙ୍ଗାଲୁରୁ ହୋଲି ସ୍ପେଶାଲ୍:

08549/08550 ବିଶାଖାପାଟଣା - ବେଙ୍ଗାଲୁରୁ - ବିଶାଖାପାଟଣା ହୋଲି ସ୍ପେଶାଲ୍ ବିଶାଖାପାଟଣାରୁ 9 ମାର୍ଚ୍ଚରୁ 23 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ରବିବାର ଦିନ ଅପରାହ୍ନ 03ଘ.30ମି.ରେ ଛାଡି ବେଙ୍ଗାଲୁରୁ ଯାତ୍ରା କରିବ | ଫେରିବା ଦିଗରେ, ଏହି ଟ୍ରେନ ବେଙ୍ଗାଲୁରୁରୁ 10 ମାର୍ଚ୍ଚରୁ 24 ମାର୍ଚ୍ଚ 2025 ମଧ୍ୟରେ ପ୍ରତି ସୋମବାର ଦିନ ଅପରାହ୍ନ 03ଘ.50ମି.ରେ ଛାଡି ବିଶାଖାପାଟଣା ଯାତ୍ରା କରିବ |

ସ୍ପେଶାଲ୍ ଟ୍ରେନଗୁଡ଼ିକର ସେବା ଅଧିକ ବୃଦ୍ଧି _ _ _

ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍ ସ୍ପେଶାଲ୍: ବ୍ରହ୍ମପୁର-ବିଜିଆନଗରମ୍-ରାୟଗଡ଼ା-ଟିଟିଲାଗଡ଼ ଏବଂ ରାୟପୁର ମାର୍ଗ ଦେଇ 09059/09060 ଉଧନା (ସୁରତ)-ଖୋର୍ଦ୍ଧା ରୋଡ୍-ଉଧନା ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ 2025 ଏପ୍ରିଲ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି |

02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସାପ୍ତାହିକ ବିଶେଷ ଟ୍ରେନ; 02839/02840 ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍ ଏବଂ 08011/08012 ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଅବଧିକୁ 2025 ଜୁନ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

02811/02812 ଭୁବନେଶ୍ୱର-ଯଶବନ୍ତପୁର (ବାଙ୍ଗାଲୋର)-ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ୍, 08311/08312 ସମ୍ବଲପୁର-ଏରୋଡ୍ (ତାମିଲନାଡୁ)-ସମ୍ବଲପୁର ସାପ୍ତାହିକ ସ୍ପେଶାଲ୍, 08508/08507 ବିଶାଖାପାଟଣା-ଶାଲିମାର-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଏବଂ 02832/02831 ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଦୈନିକ ଚଳାଚଳ କରୁଥିବା ସ୍ପେଶାଲ୍ ଟ୍ରେନ ସେବାକୁ 2025 ଏପ୍ରିଲ୍ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

ସେହିପରି, 08583/08584 ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ସାପ୍ତାହିକ ସ୍ପେଶାଲ୍ ଟ୍ରେନ ଚଳାଚଳ ଦିବସକୁ 2025 ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+