ହୋଲିରେ ୬୦ହଜାର କୋଟିର ବେପାର ଆଶା

ନୂଆଦିଲ୍ଲୀ: ‌ରଙ୍ଗର ପର୍ବ ହୋଲି ପାଇଁ ଦେଶ ଉତ୍ସବମୁଖର ହୋଇଉଠିଛି। ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରଙ୍ଗ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ, କପଡ଼ା,ଉପହାର ଆଦିର ବିକ୍ରି ବଢ଼ିଯାଇଛି। ହୋଲିର ବ୍ୟବସାୟକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଲୋକମାନେ ଯେଉଁଭଳି ଭାବେ ସାମଗ୍ରୀ କ୍ରୟ କରୁଛନ୍ତି ତାହାକୁ ଦେଖି ଲାଗୁଛି ଗତବର୍ଷ ତୁଳନାରେ ଏବର୍ଷ ବିକ୍ରି ୫୦ ପ୍ରତିଶତ ଅଧିକ ରହିବ। ହୋଲି ଉପଲକ୍ଷେ ଦେଶରେ ୬୦ହଜାର କୋଟି ଟଙ୍କାର ବ୍ୟବସାୟ ହେବା ନେଇ ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି। କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା ରହିଛି।

ହୋଲିରେ ଲୋକମାନେ ମିଠା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ବାଦିଷ୍ଟ ଖାଦ୍ୟସାମଗ୍ରୀ ଖାଇଥାନ୍ତି। ଏଥିପାଇଁ ଏହି ସମୟରେ ଛେନା, ମଇଦା, ସୁଜି, ବେସନ, ଚିନି ଓ ବିଭିନ୍ନ ପ୍ରକାର ମସଲା ଆଦିର ବ୍ୟବହାର ଓ ବିକ୍ରି ବଢ଼ିଯାଇଥାଏ। ସେହିଭଳି ରଙ୍ଗ ଖେଳିବା ପାଇଁ ଅବିର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରଙ୍ଗ, ପିଚକାରୀ ଓ ଅନ୍ୟାନ୍ୟ ଖେଳଣା ସାମଗ୍ରୀ ଲୋକମାନେ କ୍ରୟ କରିଥାନ୍ତି।

ଚଳିତ ବର୍ଷ ହୋଲିରେ ରାଜ୍ୟରେ ୨୦୦୦ କୋଟି ଟଙ୍କାର ବେପାର ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ହୋଇଥିବା ବେପାର ତୁଳନାରେ ୧୦-୧୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ, ଓଡ଼ିଶା ଶାଖାର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏଥର ବେପାର ବଢ଼ିବାର ଏକ ବଡ଼ କାରଣ ହେଉଛି, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଏବର୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ।

Holi

ଅନ୍ୟପକ୍ଷରେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ପାଖକୁ ବିପୁଳ ଟଙ୍କା ପଠାଯାଇଛି। ତେଣୁ ଲୋକମାନେ ଉତ୍ସବ ପାଳନ କରିବାକୁ ଚାହୁଛନ୍ତି। ଆଗକୁ ଆସୁଥିବା ଦୋଳ ପୂର୍ଣ୍ଣିମା ଓ ହୋଲିରେ ସେମାନେ ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି। ବିଭିନ୍ନ ସ୍ଥାନରେ ହେଉଥିବା ଦୋଳ ଉତ୍ସବ ଦେଖିଯିବା, ମେଳା ବୁଲିବା, ହୋଲି ପାଇଁ ରଙ୍ଗ ଓ ପିଚ୍‌କାରୀ ଆଦି କିଣାକିଣି କରିବାରେ ଲୋକମାନେ ଖର୍ଚ୍ଚ କରିବେ। ତାହାର ପ୍ରଭାବରେ ସ୍ଥାନୀୟ ଅର୍ଥନୀତି ଉପକୃତ ହେବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+