Holi 2025: ସୁରକ୍ଷିତ ହୋଲି ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା
ରାତି ପାହିଲେ ରଙ୍ଗର ପର୍ବ । ସୁରକ୍ଷିତ ହୋଲି ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ ।
ଭୁବନେଶ୍ବର ପାଇଁ ଅଧିକ ୫ଟି ଟିମ୍ ମୁତୟନ କରାଯିବ । କଟକ, ଭୁବନେଶ୍ବର ଓ ସମ୍ବଲପୁରରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ରହିବ । କଟକରେ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଆଲର୍ଟ ରହିବେ ବୋଲି କୁହାଯାଇଛି ।
ହୋଲି ଦିନ ଯେପରି କୌଣସି ଅଘଟଣ ନ ଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ ଓ ବାଲିପାଟଣା ସାଇପନ ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି।

ଏଥିପାଇଁ ଜଳାଶୟ ନିକଟରେ ମୁତୟନ ରହିବ ପାୱାର ବୋଟ୍ । ୨୪ ଘଣ୍ଟିଆ ପାଟ୍ରୋଲିଂ କରିବ ଅଗ୍ନିଶମ ଟିମ୍ । ସ୍କୁବା ଡ୍ରାଇଭର ଓ ଆସ୍କା ଲାଇଟ୍ ମହଜୁଦ୍ ରଖାଯିବ । ପ୍ରତି ବ୍ଲକରେ ମୁତୟନ ରହିବେ ଅଗ୍ନିଶମ ଟିମ୍ । ଏଥିପାଇଁ ୩୪୫କେନ୍ଦ୍ର ରହିଛି । ଆଧୁନିକ ଯନ୍ତ୍ରପାତି ଓ ପାୱାର ବୋଟ ରହିଛି । ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ପ୍ରସ୍ତୁତ ରହିଛି ।












Click it and Unblock the Notifications