Holi 2025: ଭାରତରେ ୧୦ ପ୍ରକାରର ହୋଲି, କେଉଁଠି କେମିତି ପାଳନ୍ତି ?
ରଙ୍ଗର ପର୍ବ ହୋଲି ଭାରତର ଏକ ମାତ୍ର ପର୍ବ ଭାବେ ବହୁଳ ଭାବରେ ପାଳିତ ହୋଇଥାଏ । ଭିନ୍ନ ପରମ୍ପରା, ଗୀତ, ନାଚ ଓ ସାମ୍ପ୍ରଦାୟିକ କାର୍ଯ୍ୟକ୍ରମ ଏସବୁ କିଛି ହୋଲିର ମାହାତ୍ମ୍ୟକୁ ଆହୁରି ବଢାଇ ଦିଏ । ଭାରତର ବିଭିନ୍ନ ରାଜ୍ୟରେ କେମିତି ପାଳନ ହୁଏ ହୋଲି ଆସନ୍ତୁ ଜାଣିବା
ବରସନା ଓ ନନ୍ଦଗାଁର ଲାଠମାର ହୋଲି
ଏକ ବାଡି ଧରି ମହିଳା ମାନେ ପୁରୁଷଙ୍କୁ ଗୋଡାଇ ଥାଆନ୍ତି । ପୁରୁଷମାନେ ନିଜର ସୁରକ୍ଷା ପାଇଁ ଏକ ଢାଲର ବ୍ୟବହାର କରିଥାନ୍ତି । ଏହି ଅନନ୍ୟ ପରମ୍ପରା ରାଧା ଏବଂ କୃଷ୍ଣଙ୍କ ମଧ୍ୟରେ ଏକ ପୌରାଣିକ ଘଟଣାକୁ ମନେପକାଇବାକୁ ପାଳନ କରାଯାଇଥାଏ ।
ବ୍ରଜନାଦୀ ହୋଲି (ମଥୁରା ଏବଂ ବୃନ୍ଦାବନ)
ଭଗବାନ କୃଷ୍ଣଙ୍କ ଜନ୍ମସ୍ଥାନରେ ହଜାର ହଜାର ଭକ୍ତ ରଙ୍ଗ ପକାଇ, ଭକ୍ତି ଗୀତ ଗାଇ ଏବଂ ଆଧ୍ୟାତ୍ମିକ ପରିବେଶରେ ନୃତ୍ୟ କରି ବିଶାଳ ଉତ୍ସବ ପାଳନ କରିଥାନ୍ତି ।
ରାଜକୀୟ ଢଙ୍ଗରେ ରାଜସ୍ଥାନ ହୋଲି
ରାଜକୀୟ ଢଙ୍ଗରେ ହୋଲି ପାଳିଥାଏ ରାଜସ୍ଥାନ । ବିଶାଳ ଆୟୋଜନ ସାଙ୍ଗକୁ ଭିନ୍ନ ପରମ୍ପରାରେ ଏଠାରେ ହୋଲି ପାଳନ ହୁଏ । ସମଗ୍ର ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୀତି ନୀତିରେ ହୋଲି ପାଳନ କରାଯାଏ ଯାହାକି ଏହି ପର୍ବକୁ ସ୍ଥାନୀୟ ଏବଂ ପର୍ଯ୍ୟଟକ ମଧ୍ୟରେ ଅବିସ୍ମରଣୀୟ ଅନୁଭୂତି ହୋଇ ରହିଯାଏ
ଲାଠମାର ହୋଲି (ଦିଗ)
ପୁରାଣରୁ ରାଧାକୃଷ୍ଣଙ୍କ ପ୍ରେମରୁ ଅନୁପ୍ରାଣିତ ହୋଇ ଏଠାରେ ହୋଲି ପାଳନ ହୁଏ । ମହିଳାମାନେ ପୁରୁଷଙ୍କ ଏକ ବାଡିରେ ବାଡେଇ ଥାଆନ୍ତି ଯେଉଁଠି ପୁରୁଷମାନେ ନିଜର ସୁରକ୍ଷା କରିଥାଆନ୍ତି । ଏହି ପର୍ବ ଗୀତ, ନାଚ ସହ ରଙ୍ଗମୟ ହୋଇପଡେ ।
ଉତ୍ତର ପ୍ରଦେଶର ହୋଲି
ଉତ୍ତର ପ୍ରଦେଶରେ ହୋଲିର ବିଭିନ୍ନ ରଙ୍ଗ ଦେଖିବାକୁ ମିଳେ । ଖାସକରି ବ୍ରଜ ବିହାରୀଙ୍କ ଜନ୍ମସ୍ଥାନ ମଥୁରା ଓ ବୃନ୍ଦାବନ ଅଞ୍ଚଳରେ । ଏଠାକାର ଲୋକପ୍ରିୟ ହୋଲି ହେଉଛି ବରସନାର ଲାଠମାର ହୋଲି ।
କପଡା ଫାଡ ହୋଲି (ପୁଷ୍କର)
ପୁରୁଷ ମାନେ ଏଠାରେ ଯଥାସମ୍ଭବ ଅବୀର ଖେଳ ଉପଭୋଗ କରିବା ପରେ ଏକ ଭିନ୍ନ ପରମ୍ପରାରେ ପରସ୍ପରର ସାର୍ଟ ଚିରି ହୋଲି ଖେଳିଥାନ୍ତି ।
ଗୈର ହୋଲି (ଆଜମୈର ଓ ବିକାନେର)
ଆଖପାଖ ଅଞ୍ଚଳର ଗ୍ରାମବାସୀ ଏକତ୍ରିତ ହୋଇ ଡ୍ରମ ବଜାଇ ଏକାଠି ନାଚି ଥାଆନ୍ତି । ଏହ ଏକତା ଓ ସାମ୍ପ୍ରଦାୟକ ଗୋଷ୍ଠୀକୁ ବୁଝାଏ ।
କୋଦାମାର ହୋଲି (ଭିନୟ, ଆଜମୈର)
ଏଠାରେ ହୋଲିରେ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । କପଡାକୁ ପାଣିରେ ଭିଜାଇ ପରସ୍ପରକୁ ମାରିଥାନ୍ତି ଏମାନେ । ଯାହାକି ସାହସିକତା ଓ ଶକ୍ତିକୁ ଦର୍ଶାଇଥାଏ ।
ଫୁଲ ହୋଲି (ଜୟପୁର)
ଜୟପୁରରେ ହୋଲି ଫୁଲ ସହିତ ପାଳନ କରାଯାଇଥାଏ । ଖାସକରି ମନ୍ଦିରରେ ଏଠାରେ ଫୁଲର ହୋଲି ଖେଳାଯାଏ । ଶ୍ରଦ୍ଧାଳୁମାନେ ଗୋଲାପ, ଗେଣ୍ଡୁ ଓ ଅନ୍ୟାନ୍ୟ ଫୁଲ ପାଖୁଡା ପରସ୍ପର ଉପରକୁ ପକାଇ ଭଗବାନ ରାଧାକୃଷ୍ଣଙ୍କ ପ୍ରେମକୁ ଦର୍ଶାଇଥାନ୍ତି ।
ବିହାରରେ ହୋଲି
ବିହାରରେ ହୋଲିକୁ ସମୃଦ୍ଧ, ସାଂସ୍କୃତିକ ମହତ୍ତ୍ୱ ଏବଂ ପୌରାଣିକ କାହାଣୀ ସହିତ ଗଭୀର ଭାବେ ଜଡିତ କରି ପାଳନ କରାଯାଏ। 'ବିହାରର ବୃନ୍ଦାବନ' ଭାବରେ ଜଣାଶୁଣା ଭିରହା ଗାଁରେ ହୋଲିକୁ ବ୍ରଜ ଅଞ୍ଚଳ ପରି ପାଳନ କରାଯାଏ।
ପୂର୍ଣ୍ଣିଆରେ ହୋଲିକା ଦହନ
ଏଠାରେ ହୋଲି ଭିନ୍ନ ତରିକାରେ ପାଳନ ହୁଏ । ଲୋକେ ରଙ୍ଗ ପରିବର୍ତ୍ତେ ପାଉଁଶରେ ହୋଲି ଖେଳିଥାନ୍ତି । ହୋଲିକା ଓ ପ୍ରହ୍ଲାଦଙ୍କ କାହାଣୀକୁ ମନେ ରଖିବାକୁ ଯାଇ ଏଭଳି ହୋଲି ପାଳନ କରାଯାଏ ।
ଝାଡଖଣ୍ଡରେ ହୋଲି
ପ୍ରକୃତି ସହିତ ଜଡିତ ହୋଲି ଝାଡଖଣ୍ଡରେ ପାଳନ କରାଯାଏ । ହର୍ବାଲ ରଙ୍ଗରେ ହୋଲି ଖେଳାଯାଏ । ଏଥିପାଇଁ ପ୍ରାକୃତିକ ଉପାଦାନ ବିଟ୍ରୁଟ ଓ ଗେଣ୍ଡୁଫୁଲର ବ୍ୟବହାର କରାଯାଏ
ରାଞ୍ଚିରେ ଭଗବାନଙ୍କ ସହ ହୋଲି ଖେଳ
ରାଞ୍ଚିରେ ରଙ୍ଗଭରୀ ଏକାଦଶୀରୁ ହୋଲି ଖେଳ ଆରମ୍ଭ ହୋଇଥାଏ । ମନ୍ଦିରରେ ଏହି ପରମ୍ପରା ଆରମ୍ଭ ହେବା ସହ ଭଗବାନଙ୍କ ସହ ଏକାଠି ହୋଲି ଖେଳନ୍ତି ଶ୍ରଦ୍ଧାଳୁ ।
ପାଲମୁରେ ହର୍ବାଲ ହୋଲି
ଲୋକେ ଗେଣ୍ଡୁଫୁଲ ଓ ପାଳଙ୍ଗରୁ ହୋଲି ଖେଳ ଆରମ୍ଭ କରନ୍ତି । ଏହି ଉତ୍ସବ ପରିବେଶଗତ ଚେତନା ଏବଂ ରଙ୍ଗ ତିଆରିର ପାରମ୍ପରିକ ପଦ୍ଧତିକୁ ପ୍ରୋତ୍ସାହିତ କରେ।
ମହାରାଷ୍ଟ୍ରରେ ହୋଲି
ମହାରାଷ୍ଟ୍ରରେ ହୋଲି ଆଦିବାସୀ ପରମ୍ପରା ଓ ସମାଜସେବାକୁ ବୁଝାଇଥାଏ ।
ମେଲଘାଟ ହୋଲି (ଅମରାବତୀ)
ମେଲଘାଟର ଆଦିବାସୀମାନେ ନିଆଁ ଜାଳି ଗୀତ ଗାଇ ହୋଲି ପାଳିଥାନ୍ତି । ଦିପାବଳୀ ଠୁ ବି ବଡ ଆକାରରେ ସେମାନେ ହୋଲି ପାଳିଥାନ୍ତି ।
ହରିୟାଣାରେ ହୋଲି
ହରିୟାଣାର ହୋଲି ପରମ୍ପରା ଖେଳ ପ୍ରତିଯୋଗିତା ଏବଂ ଆଧ୍ୟାତ୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ।
କୋଡାମାର୍ ହୋଲି
ଏହି ରଙ୍ଗମୟ ହୋଲିରେ ଦିଅର ଭାଉଜଙ୍କ କୋଡା ମାର୍ ବିନା ଅଧୁରା ରଙ୍ଗ ଖେଳ । ଭାଉଜ ଏକ ଓଦା କପଡା ବା ଓଦା ରଶିରେ ଦିଅରକୁ ମାରି ଥାଆନ୍ତି ।
ଦାତ୍ ହୋଲି
ଗ୍ରାମବାସୀ ମାନେ ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇ ଯାଆନ୍ତି । ଉଭୟ ଉଭୟଙ୍କୁ ଟାଣି ହୋଲି ଖେଳିଥାନ୍ତି । ମହିଳାମାନେ ଛାତ ଉପରୁ ପୁରୁଷଙ୍କ ଉପରକୁ ରଙ୍ଗ ଫୋପାଡିଥାନ୍ତି। ହରିୟାଣାର କେତେକ ଅଞ୍ଚଳରେ ହୋଲିକା ଦହନ ବେଳେ ପାଉଁରୁଟିକୁ ପୋଡି ଦହି ବା ଘିଅ ସହ ଖାଇଥାନ୍ତି । ଏହା ସୁଖ ସମୃଦ୍ଧି ବୃଦ୍ଧିରେ ସହାୟକ ହୁଏ ବୋଲି ମାନ୍ୟତା ରହିଛି ।

ଉତ୍ତରାଖଣ୍ଡ ହୋଲି
ଉତ୍ତରାଖଣ୍ଡରେ ହୋଲି ପାଳନର ଦୁଇଟି ସ୍ୱତନ୍ତ୍ର ରୂପ ରହିଛି । ଖଦି ହୋଲି ଏବଂ ବୈଠକି ହୋଲି ଏକ ଗଭୀର ସାଂସ୍କୃତିକ ଅନୁଭୂତି ଆଣିଦେଇଥାଏ ।
ଖଦି ହୋଲି: ଏକ ସାମୁହିକ କାର୍ଯ୍ୟକ୍ରମରେ ଲୋକେ ପାରମ୍ପରିକ ପୋଷାକ ପିନ୍ଧି ଡ୍ରମ୍ ଏବଂ ହାରମୋନିୟମ୍ ଭଳି ବାଦ୍ୟଯନ୍ତ୍ର ସହିତ ହୋଲି ଗୀତ ଗାଆନ୍ତି। ସମଗ୍ର ଗାଁ ଏହି ଜୀବନ୍ତ ଶୋଭାଯାତ୍ରାରେ ଅଂଶଗ୍ରହଣ କରେ।
ବୈଠକି ହୋଲି: ଲୋକେ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ପାରମ୍ପରିକ ହୋଲି ଗୀତ ଗାଇବାକୁ ଏକତ୍ରିତ ହୁଅନ୍ତି । ତବଲା ଏବଂ ହାରମୋନିୟମ୍ ଭଳି ବାଦ୍ୟଯନ୍ତ୍ର ସହିତ ସାଧାରଣତଃ ମନ୍ଦିର କିମ୍ବା ସମ୍ପ୍ରଦାୟ କେନ୍ଦ୍ରଗୁଡ଼ିକରେ ଏହା ପରିବେଷଣ କରାଯାଏ।
ମହିଳା ହୋଲି: ହୋଲିର ଏହି ରୂପ ବିଶେଷକରି ମହିଳାମାନଙ୍କ ଦ୍ୱାରା ପାଳିତ ହୋଇଥାଏ । ଉତ୍ତରାଖଣ୍ଡର ସଂସ୍କୃତିରେ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ପାରମ୍ପରିକ ଗୀତ ବୋଲାଯାଇଥାଏ ।
ମଧ୍ୟପ୍ରଦେଶର ରଙ୍ଗପଞ୍ଚମୀ
ମଧ୍ୟପ୍ରଦେଶରେ ହୋଲି ସେଲିବ୍ରେସନ ଟିକେ ଭିନ୍ନ । ରଙ୍ଗ ପଞ୍ଚମୀରେ ଗୈର ନୃତ୍ୟ କରାଯାଏ । ଦଶନ୍ଧି ଧରି ଏହି ପରମ୍ପରା ପାଳନ ହୋଇ ଆସୁଛି । ସହରର ଗଳିକନ୍ଦିରେ ହୋଲି ଶୋଭାଯାତ୍ରା ବାହାରେ । ନାଚଗୀତ ମାଧ୍ୟମରେ ହଜାର ହଜାର ଲୋକେ ଏକତ୍ରିତ ହୋଇ ପରସ୍ପରକୁ ଅବୀର ଲଗାଇଥାନ୍ତି । ଏହି ସେଲିବ୍ରେସନକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଛି । ୟୁନେସ୍କୋର ବିଶ୍ବ ଐତିହ୍ୟ ଲିଷ୍ଟରେ ଏହା ସ୍ଥାନ ପାଇଛି ।
ଇନ୍ଦୋରର ଗୈର (ମାଲୱା ଅଞ୍ଚଳ): ରଙ୍ଗ ପଞ୍ଚମୀରେ ଏଠାରେ ଶୋଭାଯାତ୍ରା ଅନୁଷ୍ଠିତ ହୁଏ । ଏଠାରେ ହଜାର ହଜାର ଲୋକ ରଙ୍ଗ, ସଙ୍ଗୀତ ଏବଂ ନୃତ୍ୟ ସହିତ ହୋଲି ପାଳନ କରିବାକୁ ଏକାଠି ହୁଅନ୍ତି। ଏହି ପରମ୍ପରା 1945 ମସିହାରୁ ପାଳିତ ହୋଇଆସୁଛି ଏବଂ ବିଶ୍ୱବ୍ୟାପୀ ପ୍ରସିଦ୍ଧି ହାସଲ କରିଛି।
ଇନ୍ଦୋରରେ ରଙ୍ଗ ପଞ୍ଚମୀ ଉତ୍ସବ: ଗୈର ଶୋଭାଯାତ୍ରାରେ ରଙ୍ଗୀନ ଅନାରକଲି ନୃତ୍ୟ, ସଙ୍ଗୀତ ସାଙ୍ଗକୁ ପାଣି ଟ୍ୟାଙ୍କର ରଙ୍ଗ ସ୍ପ୍ରେ କରିଥାଏ। ଏହା ଏହି ଅଞ୍ଚଳର ଏକ ମହାନ ଏବଂ ଐତିହାସିକ ଘଟଣା ଭାବେ ପରିଚିତ ।
ଦିଲ୍ଲୀରେ ହୋଲି
ନୂଆଦିଲ୍ଲୀରେ ହୋଲି ହେଉଛି ବିଭିନ୍ନ ସଂସ୍କୃତିର ମିଶ୍ରଣ । ଯେଉଁଠାରେ ସାରା ଭାରତ ବର୍ଷର ଲୋକେ ଏକାଠି ହୋଲି ପାଳିଥାନ୍ତି । ପୁରୁଣା ଦିଲ୍ଲୀର ରାସ୍ତାରେ ହୋଲିର ଏକ ଐତିହାସିକ ଆକର୍ଷଣ ଅଛି । ଯାହା ରାଜକୀୟ ଉତ୍ସବଗୁଡ଼ିକୁ ମନେ ପକାଇଥାଏ । ଏହି ଠାରେ ରାଜା ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ସାଧାରଣ ଲୋକଙ୍କ ସହିତ ହୋଲି ଉତ୍ସବ ପାଳନ କରୁଥିଲେ। ବିଭିନ୍ନ ଅଞ୍ଚଳର ଲୋକମାନେ ଏହି ମହୋତ୍ସବରେ ନିଜର ସ୍ୱାଦ ବାଣ୍ଟିଥାନ୍ତି।
ଛତିଶଗଡ ହୋଲି
ଛତିଶଗଡରେ ଭିନ୍ନ ପରମ୍ପରାରେ ପାଳିତ ହୁଏ ହୋଲି । କେତେକ ଗାଁରେ ପ୍ରକୃତ ତାରିଖ ଠୁ ସପ୍ତାହେ ପୂର୍ବରୁ ହୋଲି ପାଳନ ହୁଏ । ଏହାଦ୍ବାରା ବିପର୍ଯ୍ୟୟ ଭୟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଆଉ କେତେକ ଗାଁରେ ଗ୍ରାମବାସୀ କୁକୁଡା ଭଳି ଶବ୍ଦ କରି ବାଡି ଧରି ନାଚିଥାନ୍ତି ।












Click it and Unblock the Notifications