ରେଳ ଷ୍ଟେସନ ଦଳାଚକଟା ଘଟଣା ପରେ ଭିଡ଼ ନିୟନ୍ତ୍ରଣ ପାଇଁ ରେଳବାଇ ପକ୍ଷରୁ ଆକ୍ସନ ପ୍ଲାନ୍
ନୂଆଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା ଘଟଣା ପରେ ଆଗାମୀ ଦିନରେ ଯେଭଳି କୌଣସି ଅପ୍ରୀତିକର ଘଟଣା ନ ଘଟିବ ସେଥିପାଇଁ ଉତ୍ତର ରେଳବାଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରୟାଗରାଜ ଯାଉଥିବା ସମସ୍ତ ସ୍ଵତନ୍ତ୍ର ଟ୍ରେନ୍ ୧୬ନମ୍ବର ପ୍ଲାଟଫର୍ମରୁ ଚଳାଚଳ କରିବ ଏବଂ ଆଜ୍ମେରୀ ଗେଟ୍ ପାର୍ଶ୍ଵରୁ ପ୍ରବେଶ ଓ ପ୍ରସ୍ଥାନ ଲାଗି ବ୍ୟବସ୍ଥା କରାଯାଇଛି ।
ଅନ୍ୟସବୁ ପ୍ଲାଟଫର୍ମରୁ ନିୟମିତ ଟ୍ରେନ୍ ସ୍ଵାଭାବିକ ଭାବେ ଚଳାଚଳ କରିବ । ଏହାବ୍ୟତୀତ ନୂଆଦିଲ୍ଲୀ ରେଳଷ୍ଟେସନରେ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ପୁଲିସ ବଳ ମୁତୟନ ବୃଦ୍ଧି କରାଯାଇଛି । ସୁରକ୍ଷା କର୍ମଚାରୀମାନେ ଯେଉଁ ପ୍ଲାଟଫର୍ମରୁ ଟ୍ରେନ୍ ଛାଡୁଛି, ସେହି ପ୍ଲାଟଫର୍ମକୁ ଯାତ୍ରୀମାନଙ୍କୁ ଯିବାଆସିବାରେ ସହାୟତା କରୁଛନ୍ତି ।
ଡ଼ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବ୍ୟବହାର କରାଯିବ । ଏନେଇ ସ୍ଥାନୀୟ ରେଲଓ୍ବେ ପୋଲିସ ଅଧିକାରୀଙ୍କୁ ତାଲିମ୍ ଦିଆଯିବ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ପ୍ରଶିକ୍ଷଣ ଦିଆଯିବ । ଯାତ୍ରୀ ହୋଲ୍ଡିଂ ଜୋନ ବାବଦରେ ଗାଇଡ୍ ପାଇଁ ସୂଚନାଫଳକ ଏବଂ ଡିଭାଇଡର ରହିବ ।

ପ୍ରୟାଗରାଜ ସହ ଲିଙ୍କ୍ ଥିବା ୩୫ଟି ରେଳ ଷ୍ଟେସନ ଉପରେ ସେଣ୍ଟ୍ରାଲ ଓ୍ବାର ରୁମକୁ ନଜର ରଖାଯିବ । କେବଳ ଦିଲ୍ଲୀ ରେଳ ଷ୍ଟେସନରେ ୨୦୦ ସିସିଟିଭି କ୍ୟାମେରା ଲାଗିବ । ସୂଚନା ଅନୁଯାୟୀ, ମହାକମ୍ଭକୁ ଆସୁଥିବା ୯୦ ପ୍ରତିଶତ ଶ୍ରଦ୍ଧାଳୁ ୪ଟି ରାଜ୍ୟର ୩୦୦ କିଲୋମିଟର ପରିଧି ମଧ୍ୟରୁ ଆସିଥାନ୍ତି ।
ତେଣୁ ଏହି ସବୁ ଷ୍ଟେସନ ଉପରେ ବିଶେଷ ଦୃଷ୍ଟି ଦିଆଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ରେଳ ବିଭାଗ ସ୍ବତନ୍ତ୍ର ଅଭିଯାନ ଚଲାଇବ । ଯାତ୍ରୀଙ୍କୁ ଠିକ୍ ସୁବିଧା ମିଳୁଛି କି ନାହିଁ ଯାତ୍ରୀ, କୁଲି ଓ ଷ୍ଟେସନ ଭିତରେ ଥିବା ଦୋକାନୀଙ୍କ ଠାରୁ ଫିଡ୍ ବ୍ୟାକ୍ ନିଆଯିବ । ପରେ ଧୀରେ ଧୀରେ ପ୍ଲାନିଂରେ ପରିବର୍ତ୍ତନ କରାଯିବ ।












Click it and Unblock the Notifications