ଭାରତରେ କାୟା ବିସ୍ତାର କରୁଛି HMPV ଭାଇରସ, ନାଗପୁରରେ ୨ ସଂକ୍ରମିତ ଚିହ୍ନଟ
HMPV Virus: ଦେଶରେ HMPV ଯଥା ମାନବ ମେଟାପ୍ନୁମୋଭାଇରସ୍ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ନାଗପୁରରେ ମଧ୍ୟ ଏହି ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି, ଯେଉଁଠି ସଂକ୍ରମଣର ଦୁଇଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ଜଣ ଏହି ଭାଇରାସର ଶିକାର ହୋଇଥିବା ନେଇ ସୂଚନା ରହିଛି ।

କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି ପାଇବା ସତ୍ୱେ ଏହା କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ। ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଏବଂ ଅହମ୍ମଦାବାଦରେ ଦୁଇଟି ମାମଲା ଚିହ୍ନଟ କରାଯାଇଛି । ପ୍ରଥମେ ଜ୍ୱର, ଥଣ୍ତାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନେ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।












Click it and Unblock the Notifications