Get Updates
Get notified of breaking news, exclusive insights, and must-see stories!

ଡରାଇଲାଣି ଏଚଏମପିଭି (HMPV) ଭାଇରସ; ଦେଶରେ ପୁଣି ଫେରିବକି ଲକଡାଉନ୍ ?

ଦେଶରେ ପୁଣି ଫେରିବକି ଲକଡାଉନ୍ ସାଙ୍ଗକୁ ମାସ୍କ । କାରଣ ଏବେ ପୁଣି ଡରାଇଲାଣି ଆଉ ଏକ ନୂଆ ଚୀନ ଭୂତାଣୁ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା ଏଚଏମପିଭି । ସବୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ଚୀନରୁ ମୁଣ୍ଡ ଟେକିଥିବା ଏଚଏମପିଭି ଏବେ ଦେଶରେ ତାର କାହା ମେଲାଇଲାଣି । ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଂଚିଛି । କର୍ଣ୍ଣାଟକ ରାଜ୍ୟରେ ପୁଣି ମାସ୍କ ପରିଧାନ ପାଇଁ ଆଡଭାଇଜରି ଜାରି କରିଥିବା ବେଳେ ଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ, ଏହା ନୂଆ ଭୂତାଣୁ ନୁହେଁ, ତେଣୁ ଭୟାଭୀତ ନହୋଇ ଏହାର ମୁକାବିଲା ପାଇଁ ଆଗୁଆ ସତର୍କ ରହିବା ପାଇଁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛି ।

ତେବେ ବର୍ତ୍ତମାନ ଦେଶରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ବେଳେ ଏଭଳି ସ୍ଥଳରେ ଆପଣ କ'ଣ କରିବେ ଏବଂ ଏହି ସଂକ୍ରମଣରୁ ବର୍ତ୍ତିବେ ସେନେଇ ଆସନ୍ତୁ ଜାଣିବା କିଛି ତଥ୍ୟ....

କ'ଣ ଏହି ଏଚଏମପିଭି?

ପ୍ରାୟ ୨୪ ବର୍ଷ ପୂର୍ବେ ୨୦୦୧ରେ ନେଦରଲାଣ୍ଡରେ ପ୍ରଥମେ ଚିହ୍ନଟ ହୋଇଥିଲା ଏହି ଶ୍ବାସଜିନତ ଭୂତାଣୁ । ଆଉ ପ୍ରାୟ ୨୪ ବର୍ଷ ପରେ ଏବେ ପୁଣି ଚୀନରେ ମୁଣ୍ଡ ଟେକିଛି ଏଚଏମପିଭି । ବେଶ୍ କିଛି ଦିନ ହେବ ଚୀନରେ ଏହା ଆତଙ୍କ ଖେଳାଇଥିବା ବେଳେ ଏବେ ଭାରତରେ ଏହାର ବଢୁଥିବା କାୟା ଆଉ ଏକ ମହାମାରୀଙ୍କ ବାଙ୍କା ସୃଷ୍ଟି ।

ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ (HMPV) ହେଉଛି ଏକ ନକାରାତ୍ମକ-ସେନ୍ସ ସିଙ୍ଗଲ୍-ଷ୍ଟ୍ରାଣ୍ଡେଡ୍ ଆରଏନଏ ଭାଇରସ୍ ଯାହା ନ୍ୟୁମୋଭିରିଦେ ବର୍ଗର ଏବଂ ଏଭିଆନ୍ ମେଟାନ୍ୟୁମୋଭାଇରସ୍ (AMPV)ର ଉପବର୍ଗ ସି ସହିତ ମଧ୍ୟ ଏହାର ଅନେକ ସମାନତା ରହୁଛି । ଏହାକୁ ପ୍ରଥମେ ୨୦୦୧ରେ ନେଦରଲ୍ୟାଣ୍ଡରେ ଆରଏନଏ ଆରବିଟାରିଲି ପ୍ରାଇମ୍ଡ୍ ପିସିଆର (RAP-PCR)କୁ ବବହାର କରି ଚିହ୍ନଟ କରାଯାଇଥିଲା । ଏହି ଭାଇରସ ମୁଖ୍ୟତଃ ଶ୍ୱାସକ୍ରିୟା ପ୍ରଣାଳୀକୁ ବେଶୀ ପ୍ରଭାବିତ କରେ । ମୁଖ୍ୟତଃ ଶୀତଦିନର ଶେଷ ଏବଂ ବସନ୍ତ ଋତୁରେ ଏହି ଭୂତାଣୁ ଅଧିକ ସକ୍ରିୟ ହୋଇଉଠେ ।

HMPV virus

ଯାହା କରୋନା ଭଳି ଜ୍ବର, ଥଣ୍ଡା, କାଶ ଏବଂ ନାକରୁ ବାହାରୁ ଥିବା ତରଳ କଣିକା ମାଧ୍ୟମରେ ବେଶୀୟ ସଂକ୍ରମିତ ହୋଇଥାଏ । ଏହିରୋଗରେ ପୀଡିତଥିବା ବ୍ୟକ୍ତିଙ୍କ ଠାରେ କାଶ, ଜ୍ବର, ମୁଣ୍ଡ ବିନ୍ଧିବା, ନାକ ଜାମ୍ ହେବା, ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା, ଅଧିକ ଶୀତ ଲାଗିବା ଏବଂ ଖାଇବାକୁ ଇଚ୍ଛା ନହେବ ଭଳି ଲକ୍ଷଣ ଦେଖାଦେବ । ଯାହାଦ୍ବାରା ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯିବ । ବିଶେଷ କରି ଏହା ୫ ବର୍ଷରୁ କମ୍ ଶିଶୁ ଏବଂ ୬୫ ବର୍ଷ ବୟସରୁ ଅଧିକ ବୃଦ୍ଧାଙ୍କ ଠାରେ ଦେଖାଦେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+