ଭାରତରେ କାୟା ବିସ୍ତାର କରୁଛି HMPV; ୫ ମାସର ଶିଶୁ ଆକ୍ରାନ୍ତ

ସାରା ଦେଶକୁ ବ୍ୟାପୁଛି HMPV କହର । ଭାଇରସର ଆଉ ଏକ ମାମଲା ଏବେ ରିପୋର୍ଟ ହୋଇଛି । ପୁଡୁଚେରୀରେ ଜଣେ ୫ ବର୍ଷର ଝିଅ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କୁହାଯାଉଛି ଯେ ପୁଡୁଚେରୀର JIPMERରେ ଜଣେ ୫ ବର୍ଷର ଝିଅର ଜ୍ୱର, କାଶ ଏବଂ ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଯିବା ପରେ ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

HMPV virus

ତଦନ୍ତ ପରେ, ଝିଅଟି HMPVରେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଝିଅଟି ସୁସ୍ଥ ଅଛି । ତାର ହସ୍ପିଟାଲରେ ଚିକିତ୍ସଲା ଚାଲିଛି । ଝିଅଟି ଏବଂ ତାଙ୍କ ଆଖପାଖରେ ଥିବା ଲୋକଙ୍କ ସୁରକ୍ଷା ବି ବଢାଇ ଦିଆଯାଇଛି । କହିରଖୁଛୁ ଯେ ଭାରତରେ HMPV ଭାଇରସ ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ପୁଡୁଚେରୀରେ ମାମଲା ମିଳିବା ପୂର୍ବରୁ, ଜାନୁଆରୀ ୧୦ ତାରିଖ ସୁଦ୍ଧା ଦେଶରେ ଏହି ଭାଇରସର ୧୨ଟି ମାମଲା ରିପୋର୍ଟ ହୋଇଥିଲା।

ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ଭାଇରସ୍‌ର କବଳରେ ଏବେ ଅନେକ ପଡ଼ୋଶୀ ଦେଶ ମଧ୍ୟ ଆସିଯାଇଛନ୍ତି। ରିପୋର୍ଟ ଅନୁସାରେ, ଚୀନ୍ ଦାବି କରୁଛି ଯେ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ସାଧାରଣ ଫ୍ଲୁରେ ପୀଡିତ। ସାଧାରଣ ଫ୍ଲୁ ଏବଂ HMPV ର ଲକ୍ଷଣ ପ୍ରାୟ ସମାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+