ବୃଦ୍ଧି ପାଉଛି HMPV ମାମଲା, ଜାଣନ୍ତୁ ଏହି ଭାଇରସ୍ ଲକ୍ଷଣ
HMPV Cases: ଚାଇନାରେ ବ୍ୟାପିଥିବା HMPV ସଂକ୍ରମଣ ବର୍ତ୍ତମାନ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦେଶରେ ୩ଟି ମାମଲା ଚିହ୍ନଟ ହୋଇଛି । ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ କର୍ଣ୍ଣାଟକରେ ଦୁଇଟି HMPV ସଂକ୍ରମିତ ହୋଇଥିବା ବେଳେ ଗୁଜରାଟରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।
ଅହମ୍ମଦାବାଦର ଚାନ୍ଦଖେଡା ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଏହି ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କର୍ଣ୍ଣାଟକ ସରକାର କହିଛନ୍ତି।

HMPV'ର ଲକ୍ଷଣ କ'ଣ
ହ୍ୟୁମାନ ମେଟାନ୍ୟୁମୋଭାଇରସର ସାଧାରଣ ଥଣ୍ତା ପରି ଲକ୍ଷଣ
ଥଣ୍ତା, କାଶ, ଝାଡ଼ାବାନ୍ତି ଏବଂ ଗଳାରେ ଯନ୍ତ୍ରଣା
HMPV ସଂକ୍ରମଣ ନିମୋନିଆରେ ପରିଣତ ହୋଇପାରେ
ଛୋଟ ପିଲା ଓ ବୟସଙ୍କ ମଧ୍ୟରେ ଅଧିକ ବ୍ୟାପିଥାଏ
୨୦୦୧ ମସିହାରେ HMPV ଆବିଷ୍କୃତ ହୋଇଥିଲା
ବେଙ୍ଗାଲୁରୁରେ ୨ ଶିଶୁ ସଂକ୍ରମିତି ଟିହ୍ନଟ ହୋଇଛନ୍ତି ଯାହା ମଧ୍ୟରୁ ଜଣେ ୩ ମାସର ଶିଶୁ ଓ ୮ ମାସର ଶିଶୁଙ୍କ ଠାରେ HMPV ଭାଇରସ ଚିହ୍ନଟ ହୋଇଛି । ଚାଇନା ଭାଇରାସ ଚିହ୍ନଟ ନେଇ ସ୍ପଷ୍ଟ କରିଛି ଆଇସିଇଏଆର୍ । ଏ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ, ଭାରତରେ ୨ ଶିଶୁଙ୍କ ଠାରେ HMPV ଭାଇରସ୍ ଚିହ୍ନଟ ହୋଇଛି । କରୋନା ପରି ଚୀନରେ ଏହି ଭାଇରସ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ଏହି ଭୂତାଣୁର ନାଁ ହେଉଛି ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଛୋଟ ପିଲାଙ୍କ ଠାରେ ଏହି ଭୂତାଣୁ ଅଧିକ ବ୍ୟାପିବାରେ ଲାଗିଛି । ତେବେ ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କୁ ଶ୍ୱାସ ଜନିତ ସମସ୍ୟା ଦେଖା ଦେଉଛି ଏବଂ ଏହା ଫୁସ୍ଫୁସ୍କୁ ପ୍ରଭାବିତ କରୁଛି ।












Click it and Unblock the Notifications