ସେବାପକ୍ଷ ଅବସରରେ ୧୬ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କଲେ ଅମିତ୍‍ ଶାହା

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଆଜି ନୂଆଦିଲ୍ଲୀରେ ଚାଲିଥିବା ସେବା ପକ୍ଷ ଅବସରରେ ଦିଲ୍ଲୀପାଇଁ ୧୬ ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ତ୍ୟାଗରାଜ ଷ୍ଟାଡିୟମ୍‍ଠାରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଆଜି ଆରମ୍ଭ ହୋଇଥିବା ଏହି ଯୋଜନାଗୁଡ଼ିକ ଜାତୀୟ ରାଜଧାନୀର ଜନସାଧାରଣଙ୍କୁ ଲାଭ ପ୍ରଦାନ କରିବ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ କଲ୍ୟାଣପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି ।

Seva Pakhwada

ଶ୍ରୀ ଶାହା କହିଛନ୍ତି, ବିଗତ ୧୧ ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ ହୋଇଛି, ଅର୍ଥନୀତି ସୁଦୃଢ଼ ହୋଇଛି ଏବଂ ଗରିବ ଜନସାଧାରଣଙ୍କ ପାଖରେ ସୁବିଧା ପହଞ୍ôଚପାରୁଛି । ସେ କହିଛନ୍ତି, ମୋଦି ସରକାର ୬୦ କୋଟି ଲୋକଙ୍କୁ ସୁବିଧା ଯୋଗାଇ ଦେଇଥିବାବେଳେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରିଛନ୍ତି ।

ଶ୍ରୀ ଶାହା କହିଛନ୍ତି, ଦେଶ ସଦାସର୍ବଦା ଶ୍ରୀ ମୋଦିଙ୍କ ଐତିହାସିକ ସଫଳତାକୁ ମନେରଖିବ । ଆଜି ଉଦ୍‍ଘାଟିତ ହୋଇଥିବା ଯୋଜନାଗୁଡ଼ିକ ମଧ୍ୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କପାଇଁ ଅଟଳ ଦୃଷ୍ଟିବାଧିତ ଛାତ୍ରାବାସ, ବୌଦ୍ଧିକ ଭାବରେ ଅକ୍ଷମ ବ୍ୟକ୍ତିଙ୍କପାଇଁ ଅଟଳ ଆଶା ଗୃହ ଏବଂ ସାବିତ୍ରୀବାଈ ଫୁଲେ ବରିଷ୍ଠ ନାଗରିକ ଆବାସ, ହସ୍ପିଟାଲ୍‍ ବ୍ଲକ୍‍, ୧୦୧ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧୫୦ଟି ଡାଏଲିସିସ୍‍ କେନ୍ଦ୍ର ଏବଂ ପୁଲିସ୍‍ ବିଭାଗ ପାଇଁ ୭୫ଟି ଡ୍ରୋନ୍‍ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+