‘ହିଜବ-ଉତ-ତାହିର’ଉପରେ ପ୍ରତିବନ୍ଧକ ଲଗାଇଲେ ଭାରତ ସରକାର
ନୂଆଦିଲ୍ଲୀ : ଭାରତ ସରକାର ବିଶ୍ବ ଇସ୍ଲାମୀ କଟ୍ଟରପନ୍ଥୀ ସମୁହ ହିଜବ-ଉତ୍-ତହରିତ(ଏଚ୍ୟୁଟି)କୁ ନିଷିଧ ଘୋଷିତ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଗୁରୁବାର ଏନେଇ ଘୋଷଣା କରିଛି। କାରଣ ଏହାର ଉଦ୍ଦେଶ୍ୟ ହେଉଛି ଜିହାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ସମଗ୍ର ବିଶ୍ୱରେ ଏକ ଇସଲାମିକ ରାଜ୍ୟ ତଥା ଖିଲାପତ ପ୍ରତିଷ୍ଠା କରିବା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ନିରୀହ ଯୁବକମାନଙ୍କୁ କଟ୍ଟରପନ୍ଥୀ କରିବା, ସେମାନଙ୍କୁ ଆଇଏସ ଭଳି ଆତଙ୍କବାଦୀ ସଂଗଠନରେ ଯୋଗଦେବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହରେ ଏଚୟୁଟି ଜଡିତ ଅଛି।
ବିଭିନ୍ନ ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ଏବଂ ସୁରକ୍ଷିତ ଆପ ବ୍ୟବହାର କରି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ନିରୀହ ଯୁବକମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଦାବାହ(ନିମନ୍ତ୍ରଣ) ବୈଠକ ଆୟୋଜନ କରୁଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ଏକ ନୋଟିଫିକେସନ୍ରେ କହିଛି ଏଚ୍ୟୁଟି ଯୁବପୀଢିଙ୍କୁ କଟ୍ଟରପନ୍ଥୀ କରିବା ଓ ତାଙ୍କୁ ଆଇଏସଆଇଏସ୍ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରେରଣା ଦେଉଛି।

ଏଚ୍ୟୁଟି ବିଭିନ୍ନ ସୋସିଆଲ ମିଡିଆ ମଞ୍ଚ, ସୁରକ୍ଷିତ ଆପ୍ର ଉପଯୋଗ କରି ଯୁବପୀଢିଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ ହେବାକୁ ପ୍ରୋତ୍ସାହିତ କରୁଛି। ଏଚ୍ୟୁଟି ଏଭଳି ଏକ ସଂଘଠନ ଯାହାର ଉଦେଶ୍ୟ ଦେଶର ନାଗରିକଙ୍କୁ ସାମିଲ କରି ଜିହାଦ ଓ ଆତଙ୍କବାଦୀ ଗତିବିଧି ମାଧ୍ୟମରେ ଲୋକତାନ୍ତ୍ରିକ ରୂପରେ ଚୟନ ହୋଇଥିବା ସରକାରକୁ ଭାଙ୍ଗି ଭାରତ ସହ ସାରା ଦୁନିଆରେ ଇସ୍ଲାମ ରାଷ୍ଟ୍ର ସ୍ଥାପିତ କରିବା। ଏହା ଦେଶର ଲୋକତନ୍ତ୍ର ଓ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବଡ ବିପଦ।












Click it and Unblock the Notifications