ଇତିହାସ ରଚିବ ଇସ୍ରୋ, ସ୍ପେଡେକ୍ସ ଡକିଂ ମିଶନରେ ଭାରତକୁ ମିଳିବ ନୂଆ ସଫଳତା
ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛି । ସ୍ପେଡେକ୍ସ ଡକିଂ ମିଶନରେ ଭାରତକୁ ମିଳିବ ନୂଆ ସଫଳତା । ମହାକାଶରେ ଯୋଡ଼ି ହେବେ ଦୁଇ ସାଟେଲାଇଟ୍ । ପୃଥିବୀର ହାଇ-ଅର୍ବିଟରେ ବୁଲୁଥିବା ଦୁଇ ଉପଗ୍ରହ SDX01 ଚେଜର ଏବଂ SDX02 ଟାର୍ଗେଟ୍ ମଧ୍ୟରେ ୧୫ ମିଟର ଦୂରତା ବାକି ରହିଛି ।

କେଉଁ ମୁହୂର୍ତ୍ତରେ ବି ଆସିପାରେ ବଡ଼ ଖବର । ରାତି ଦୁଇଟା ବେଳେ ଚେଜର ଏହଂ ଟାର୍ଗେଟ୍ ମଧ୍ୟରେ ଦୂରତା ୧୦୫ ମିଟର ରହିଥିଲା । ଭୋର ପ୍ରାୟ ୫ଟା ବେଳକୁ ଏହା ୧୫ ମିଟରକୁ ହ୍ରାସ ପାଇଛି । ଦୁଇ ସାଟେଲାଇଟ୍ ମଧ୍ୟରେ ଦୂରତା ୩ ମିଟର ରହିଲେ, ସ୍ପେଡେକ୍ସ ଡକିଂ ଆରମ୍ଭ ହେବ । ସ୍ପେଶରେ ଡକିଂ ଭବିଷ୍ୟତରେ ଇସ୍ରୋ ପାଇଁ ମହାକାଶ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ସୂଚନା ଅନୁଯାୟୀ, ରବିବାର ଦୁଇ ଉପଗ୍ରହକୁ ଡକିଂ ପାଇଁ ପ୍ରୟାସ କରିବ ଇସ୍ରୋ । ଶୁକ୍ରବାର ସଂଖ୍ୟାଚରେ ଦୁଇ ଚେଜର ଏବଂ ଟାର୍ଗେଟ୍ ମଧ୍ୟରେ ଦେଢ଼ କିଲୋମିଟର ଦୂରତା ରହିଥିଲା । ଇସ୍ରୋ ପକ୍ଷରୁ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି, ସ୍ପେଡେକ୍ସର ସମସ୍ତ ସେନସରର ମୂଲ୍ୟାଙ୍କନ କରାଯାଇଛି । ମହାକାଶରେ ଦୁଇ ସାଟେଲାଇଟର ସ୍ଥିତି ସାମନ୍ୟ ରହିଛି । ହେଲେ ଡକିଂ ପ୍ରକ୍ରିୟା ପାଇଁ କୌଣସି ପ୍ରତିବଦ୍ଧତା ନାହିଁ । ସ୍ପେଶରେ ଡକିଂ ପାଇଁ ପୂର୍ବରୁ ଜାନୁଆରୀ ୭ ତାରିଖରେ ସମୟ ଧର୍ଯ୍ୟ କରାଯାଇଥିଲା । ମାତ୍ର ବୈଷୟିକ ତ୍ରୁଟି ପାଇଁ ଏହାକୁ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା ।
୨୦୨୪ ଡିସେମ୍ବର ୩୦ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତିଶଧବନ ସ୍ପେସ୍ ଷ୍ଟେସନରୁ PSLV C60 ରକେର୍ଟରେ ଏହାକୁ ସଫଳତା ପୂର୍ବକ ଉତକ୍ଷେପଣ କରାଯାଇଥିଲା । ସ୍ପେଡେକ୍ସ ମିଶନରେ ଦୁଇଟି ଛୋଟ ଉପଗ୍ରହକୁ ନେଇ ପରୀକ୍ଷଣ କରାଯାଇଛି । ଯାହାର ଓଜନ ପ୍ରାୟ ୨୨୦ କିଲୋଗ୍ରାମ । ପୃଥିବୀ ଠାରୁ ୪୭୫ କିଲୋମିଟର ହାଇ-ଅର୍ବିଟକୁ ପଠାଯାଇଛି । ରବିବାର ଅର୍ଥାତ୍ ଆଜି ଦୁଇ ସାଟେଲାଇଟ୍ ଚେଜର ଏବଂ ଟାର୍ଗେଟ୍ ମଧ୍ୟରେ ଡକିଂ କରାଯିବ । ସ୍ପେଡେକ୍ସ ଡକିଂ ସଫଳ ହେଲେ ମହାକାଶରେ ଇତିହାସ ରଚିବ ଇସ୍ରୋ ।












Click it and Unblock the Notifications