ଆମେରିକା ସହ ଐତିହାସିକ ବାଣିଜ୍ୟ ଚୁକ୍ତି ନିରନ୍ତର ଧୈର୍ଯ୍ୟର ଫଳାଫଳ ;ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆମେରିକା ସହିତ ଭାରତର ଐତିହାସିକ ବାଣିଜ୍ୟ ଚୁକ୍ତିନାମା ନିରନ୍ତର ଧୈର୍ଯ୍ୟର ଫଳାଫଳ । ଏନ୍.ଡି.ଏ. ସଂସଦୀୟ ଦଳ ବୈଠକକୁ ଆଜି ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି, ଶୁଳ୍କକୁ ନେଇ ବିରୋଧୀଙ୍କ ପକ୍ଷରୁ ବହୁ ସମାଲୋଚନା ହୋଇଥିଲେ ମଧ୍ୟ ସରକାର ଧୈର୍ଯ୍ୟ ଧରି ରହିଥିଲେ । ଏହାର ଫଳାଫଳ ଏବେ ପ୍ରତିଫଳିତ ହୋଇଛି । ଆମେରିକା ସହ ବାଣିଜ୍ୟ ଚୁକ୍ତି ଦେଶ ପାଇଁ ଏକ ଅର୍ଥନୈତିକ ପରିବେଶ ସୃଷ୍ଟି କରିବା ସହ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ସରକାରଙ୍କ ସ୍ଥିରତା ଏବଂ ଆଭିମୁଖ୍ୟକୁ ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ଜାତୀୟ ସ୍ୱାର୍ଥକୁ କେନ୍ଦ୍ରୀଭୂତ କରି ଆମେରିକା ସହିତ ଐତିହାସିକ ବାଣିଜ୍ୟ ଚୁକ୍ତି ହୋଇଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋୟଲ କହିଛନ୍ତି, ବାରମ୍ବାର ଆଲୋଚନା ଏବଂ ଉଚ୍ଚ ପାରସ୍ପରିକ ଶୁଳ୍କ ଭଳି ଆହ୍ୱାନ ସତ୍ତ୍ୱେ ଭାରତ ଏହି ଚୁକ୍ତି ମାଧ୍ୟମରେ ନିଜ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ନ୍ୟାୟପୂର୍ଣ୍ଣ ଏବଂ ସନ୍ତୁଳିତ ବଜାର ପ୍ରବେଶକୁ ସୁନିଶ୍ଚିତ କରିପାରିଛି ।












Click it and Unblock the Notifications