Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ! କର୍କଟରୁ ବଞ୍ଚାଇବାକୁ ସରକାର ଦେବେ ମାଗଣା ଟିକା

ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି । ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ଦେଶର ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ଅର୍ଥାତ୍ ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅଭିଯାନ ଅଧୀନରେ ସରକାର ପ୍ରତିବର୍ଷ ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ପ୍ରଦାନ କରିବେ । ସରକାରୀ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେବ । ସ୍ୱେଚ୍ଛାକୃତ ଭାବେ ଦିଆଯାଉଥିବା ଏହି ଟିକାକରଣ 'ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର' ସଂକଳ୍ପକୁ ଆହୁରି ମଜବୁତ କରିବ ।

vaccines

କାହିଁକି ଜରୁରୀ ଏହି ଟିକା ?

ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ଅଧିକାଂଶ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ । ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୪୨ ହଜାରରୁ ଅଧିକ ମହିଳାଙ୍କ ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁଯାୟୀ, HPV ଭାଇରସ ବିଶେଷ କରି ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି କର୍କଟ ହୋଇଥାଏ । ସଠିକ୍ ସମୟରେ ଟିକାକରଣ ଏବଂ ଯାଞ୍ଚ ଦ୍ୱାରା ଏହି ମାରାତ୍ମକ ରୋଗକୁ ରୋକାଯାଇପାରିବ ।

କେଉଁ ଟିକା ଦିଆଯିବ ?

ସରକାର ଏହି କାର୍ଯ୍ୟକ୍ରମରେ 'ଗାର୍ଡାସିଲ' (Gardasil) ନାମକ HPV ଟିକା ବ୍ୟବହାର କରିବେ ।

ଏହା ଏକ କ୍ୱାଡ୍ରିଭାଲେଣ୍ଟ ଟିକା, ଯାହା HPV-୧୬, ୧୮, ୬ ଏବଂ ୧୧ ପ୍ରକାରରୁ ସୁରକ୍ଷା ଦେଇଥାଏ ।

ଏହା ସମ୍ପୂର୍ଣ୍ଣ ନିରାପଦ ଏବଂ ବିଶ୍ୱର ପ୍ରାୟ ୧୬୦ଟି ଦେଶ ଏହାକୁ ଆପଣେଇ ସାରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ସର୍ଭାଇକାଲ କ୍ୟାନ୍ସର ନିର୍ମୂଳ ପାଇଁ ଏହି ଟିକାକୁ ଗୁରୁତ୍ୱ ଦେଇଛି ।

କେଉଁଠି ମିଳିବ ସେବା ?

୧୪ ବର୍ଷର ଝିଅମାନଙ୍କୁ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା- ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜରେ ଟିକା ଦିଆଯିବ । ପ୍ରଶିକ୍ଷିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ସମ୍ପନ୍ନ ହେବ । ସରକାର ଦେଶର ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଅଭିଯାନ ଆରମ୍ଭ ହେବା ମାତ୍ରେ ନିଜ ଝିଅମାନଙ୍କୁ ଏହି ଟିକା ନିଶ୍ଚିତ ଦିଅନ୍ତୁ । ଏହି ଟିକା କେବଳ ଏକ ଇଞ୍ଜେକ୍ସନ ନୁହେଁ, ବରଂ ଜୀବନ ବଞ୍ଚାଇବା ପାଇଁ ଏକ ଶକ୍ତିଶାଳୀ ଢାଲ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+