ହିିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା ୭୯ବର୍ଷ
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ଉପରେ ହୋଇଥିବା ପରମାଣୁ ଆକ୍ରମଣକୁ ଆଜି ପୁରିଛି ୭୯ ବର୍ଷ । ୧୯୪୫ ମସିହା ଅଗଷ୍ଟ ୬ରେ ରାତି ୮ଟାରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ହିରୋସିମାରେ ପରମାଣୁ ବୋମା ପଡିଲା ପରେ ସେଠାରେ ତତ୍କାଳ ୩୦ ପ୍ରତିଶତ ଲୋକ ପ୍ରାଣତ୍ୟାଗ କରିଥିଲେ ।
ପରମାଣୁ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଯୁଦ୍ଧ ସରିଲାପରେ ସେଠାର ଅନେକ ଲୋକ ବିକଳାଙ୍ଗ ହୋଇ ପଡିଥିଲେ । କେବଳ ଏତିକିରେ ମୃତ୍ୟୁର ବିଭିଷିକା ସରିନଥିଲା ଏହାର ୩ ଦିନ ପରେ ଅର୍ଥାତ ଅଗଷ୍ଟ ୯ ରେ ପୁଣି ଥରେ ଜାପାନର ନାଗାସାକୀରେ ହୋଇଥିବା ବୋମା ବିସ୍ଫୋରଣ ସହିତ ଏହି ଘଟଣା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ସମାପ୍ତ କରିଥିଲା ସତ, କିନ୍ତୁ ପରମାଣୁ ଯୁଗର ଆରମ୍ଭ ହୋଇଗଲା ।
'ହିରୋସୀମା ଦିବସ' ପରମାଣୁ ଯୁଦ୍ଧର ବିନାଶକାରୀ ପ୍ରଭାବକୁ ସ୍ମରଣ କରିଦିଏ ଏବଂ ବିଶ୍ୱ ଶାନ୍ତି ଏବଂ ନିରସ୍ତ୍ରୀକରଣ ପାଇଁ ଚେଷ୍ଟା କରିବାର ଚେତାବନୀ ଦିଏ । 'ହିରୋସିମା ଦିବସ' ଆମକୁ ଶିଖାଏ ଯେ ପୀଡିତମାନଙ୍କୁ ସମ୍ମାନ ଦେବା ଏବଂ ପରମାଣୁ ମୁକ୍ତ ବିଶ୍ୱ ପ୍ରତି ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା ।

ସେତେବେଳେ ଯେଉଁ ବୋମା ଜାପାନର ଏହି ଦୁଇ ସହର ଉପରେ ପକାଯାଇଥିଲା ତାହାର ଓଜନ ପାଖାପାଖି ୯୭୦୦ ପାଉଣ୍ଡ ଅର୍ଥାତ ୪୪୦୦ କିଲୋଗ୍ରାମ ଥିଲା । ତାହାର ଲମ୍ବା ୧୦ ଫୁଟ ଓ ଚଉଡା ୨୮ ଇଞ୍ଚ ଥିଲା । ତେବେ ଏହି ପରମାଣୁ ବୋମାକୁ ଯେଉଁ ସ୍ଥାନରେ ପକାଯିବାର କଥା ଥିଲା ସେଠାରେ ପଡିନଥିଲା ବୋଲି କୁହାଯାଏ । ବୋମା ପଡିବା ସମୟରେ ପବନ ବହୁଥିବାରୁ ଏହାର ଲକ୍ଷ୍ୟରେ ପରିବର୍ତ୍ତନ ହୋଇଥିଲା ।
ପରମାଣୁ ଆକ୍ରମଣରେ ଆଜି ବି ଜାପାନର ୨ ଲକ୍ଷ ଲୋକଙ୍କ ଦେହରେ ପରମାଣୁ ବିକିରଣ ହେଉଥିବା ଜଣାଯାଏ । ତେବେ ମିଳିଥିବା ସୂଚନା ଅନୁସାରେ ପରମାଣୁ ବୋମା ପଡିବା ପୂର୍ବରୁ ଆମେରିକା ସେନା ପକ୍ଷରୁ ଲୋକମାନଙ୍କୁ ଆକାଶମାର୍ଗରୁ କାଗଜରେ ଲେଖାଯାଇ ପକାଯାଇଥିଲା । ତେବେ ଏହି ସମୟରେ ସେଠାରେ କେତେକ ପୋଲିସ ମାଟିତଳେ ପଶି ନିଜର ଜୀବନ ରକ୍ଷା କରିଥିଲେ ଓ ପରେ ନାଗାସାଖିରେ ଯାଇ ଲୋକମାନଙ୍କୁ ସଚେତନ ମଧ୍ୟ କରାଇଥିଲେ । ତେଣୁ ସେଠାରେ ହୋଇଥିବା ଆକ୍ରମଣରୁ ଅନେକ ଲୋକ ନିଜର ଜୀବନ ବଞ୍ଚାଇଥିଲେ ।












Click it and Unblock the Notifications