Get Updates
Get notified of breaking news, exclusive insights, and must-see stories!

ବାରଣାସୀରେ ହିନ୍ଦୁ ଟାଟ୍ଟୁ ଟ୍ରେଣ୍ଡ, ଆଗ୍ରହ ଦେଖି ୫୦ ପ୍ରତିଶତ ଛାଡ କରୁଛନ୍ତି ଦୋକାନୀ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମ ପଚାରି ହତ୍ୟା କରିବାକୁ କୌଣସି ଧର୍ମର ଲୋକ ପସନ୍ଦ କରି ନାହାନ୍ତି । ଏବେ ବାରଣାସୀରେ ଟାଟ୍ଟୁର ନୂଆ ଟ୍ରେଣ୍ଡ ସୃଷ୍ଟି ହୋଇଛି । ନିଜ ହାତରେ ସ୍ଥାନୀୟ ଲୋକମାନେ ଖୋଦେଇ କରି ହିନ୍ଦୁ ଟାଟ୍ଟୁ କରୁଛନ୍ତି । ଲୋକଙ୍କ ଆଗ୍ରହ ଦେଖି ଟାଟ୍ଟୁ କରୁଥିବା ବ୍ୟବସାୟୀମାନେ ଲୋକଙ୍କୁ ୫୦ ପ୍ରତିଶତ ଛାଡ ଦେଉଛନ୍ତି । ଏବେ ଆମେ ୧୫୦୦ ବଦଳରେ ୭୫୦ ଟଙ୍କା ନେଉଛୁ ବୋଲି ଜଣେ ବ୍ୟବସାୟୀ କହିଛନ୍ତି ।

ଜଣେ ବ୍ୟକ୍ତିଙ୍କୁ ଟାଟ୍ଟୁ କରିବା ନେଇ ପଚରାଯିବାରୁ ସେ କହିଥିଲେ, ଆତଙ୍କବାଦୀମାନେ ଧର୍ମ ପଚାରି ମାରିଥିଲେ । ଏବେ ଆଉ ପଚାରିବାକୁ ପଡିବ ନାହିଁ । ହାତରେ ଆମେ ଆମ ଧର୍ମ ଲେଖିଦେଇଛୁ । ସରକାର ଏଥର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଜନସାଧାରଙ୍କ ବିଶ୍ୱସେ ଉଠିଯିବ । ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଲୋକଙ୍କ ପ୍ରାଣ ଯାଇଥିଲା । ଏହା ପରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରିକି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+