ପାକିସ୍ତାନରେ ହିନ୍ଦୁ ଭକ୍ତଙ୍କୁ ଗୁଳି କରି ହତ୍ୟା, ଲୁଟି ନେଲେ ୪ ଲକ୍ଷ ଟଙ୍କା

Pakistan News: ପାକିସ୍ତାନରେ ହିନ୍ଦୁ ଭକ୍ତଙ୍କ ଉପରେ ଆକ୍ରମଣ । ଶୁକ୍ରବାର ଦିନ ନାନକାନା ସାହେବକୁ ଯାଉଥିବା ଜଣେ ହିନ୍ଦୁ ଭକ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନା ରହିଛି ଉକ୍ତ ବ୍ୟକ୍ତି ଜଣକ ଗୁରୁ ନାନକ ଦେବଙ୍କ 555 ତମ ଜନ୍ମ ବାର୍ଷିକୀରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ଏହି ଘଟଣା ଘଟିଛି । ସିନ୍ଧର ବାସିନ୍ଦା ରାଜେଶ କୁମାର ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ କାରରେ ନାନକାନା ସାହିବ ଯାଉଥିବା ବେଳେ ରାସ୍ତାରେ ତାଙ୍କ ଗାଡ଼ି ଅଟକାଇ ତିନି ଜଣ ଅଭିଯୁକ୍ତ ତାଙ୍କଠାରୁ 4.5 ଲକ୍ଷ ପାକିସ୍ତାନୀ ଟଙ୍କା ଲୁଟି ନେଇଥିଲେ। ଏହା ବ୍ୟତୀତ ଡ୍ରାଇଭରଙ୍କଠାରୁ 10 ହଜାର ପାକିସ୍ତାନୀ ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ।

Pakistan News

ଲୁଟ୍ ସମୟରେ ରାଜେଶ ବିରୋଧ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଅଭିଯୁକ୍ତ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ରାଜେଶ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଚିକିତ୍ସାଧିନ ଅବସ୍ଥାରେ ରାଜେଶଙ୍କ ମୃତ୍ୟୁ ହୋଇଛି ।

କୁମାରଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ପାକିସ୍ତାନ ଦଣ୍ଡ ସଂହିତା ସମ୍ବନ୍ଧୀୟ ବିଭାଗ ଅଧୀନରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ଦିନ ଗୁରୁ ନାନକ ଦେବ ଜୀଙ୍କର ପ୍ରକାଶ ପାର୍ବଙ୍କର ମୁଖ୍ୟ କାର୍ଯ୍ୟ ଗୁରୁଦ୍ୱାର ଜନମସ୍ତାନ ନାନକାନା ସାହିରେ ଆୟୋଜିତ ହୋଇଥିଲା। ଭାରତରୁ 2500 ରୁ ଅଧିକ ଶିଖ୍ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଏବଂ ବିଦେଶୀ ଭକ୍ତ ଏଥିରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+