ବସ୍ ଟିକେଟ୍ ପାଇଁ ବୁର୍ଖା ପିନ୍ଧିଲେ ହିନ୍ଦୁ ଯୁବକ
Karnataka News:ମାାଗଣା ବସ୍ ଟିକେଟ୍ ପାଇଁ ବୁର୍ଖା ପିନ୍ଧିଲେ ହିନ୍ଦୁ ଯୁବକ । ଅଙ୍ଗଭଙ୍ଗୀ ଦେଖି ସନ୍ଦେହ କଲେ ସହ ଯାତ୍ରୀ । ଏପରି ଆଶ୍ଚର୍ଯ୍ୟ କଲା ପରି ଘଟଣା ଦେଖିବା ପାଇଁ ମିଳିଛି କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ।
ସନ୍ଦେହ ହେବା ପରେ ବସଷ୍ଟାଣ୍ତରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ବୁର୍ଖା ପିନ୍ଧିଥିବା ହିନ୍ଦୁ ବ୍ୟକ୍ତିଙ୍କୁ ଧରି ପଚରାଉଚରା କରିଥିଲେ । ତେବେ ବୀରଭଦ୍ରାୟା ମଠପତି ନାମକ ଜଣେ ହିନ୍ଦୁ ଯୁବକ 06 ଜୁଲାଇ ଗୁରୁବାର ଦିନ ଧରୱାଡ ଜିଲ୍ଲାର ବସଷ୍ଟାଣ୍ତରେ ବୁର୍ଖା ପିନ୍ଧି ଏକୁଟିଆ ଏକ ସ୍ଥାନରେ ବସିଥିଲେ । ତାଙ୍କୁ ଏପରି ଏକୁଟିଆ ବସିଥିବାର ଦେଖି ଏବଂ ତାଙ୍କର ଅଙ୍ଗଭଙ୍ଗି ଦେଖି ପାଖରେ ଥିବା ଲୋକେ ସନ୍ଦେହ କରିଥିଲେ ।

ଏହା ପରେ ସମସ୍ତ ସହ ଯାତ୍ରୀ ତାଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ବୀରଭଦ୍ରାୟା ମଠପତି କହିଥିଲେ ଯେ, ସେ ଭିକ ମାଗିବା ପାଇଁ ବୁର୍ଖା ପିନ୍ଧିଥିଲେ। ହେଲେ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କଲେ ନାହିଁ । କାରଣ ତାଙ୍କ ପାଖରୁ ଜଣେ ମହିଳାଙ୍କର ଆଧାର କାର୍ଡର ଫଟୋ କପି ମଧ୍ୟ ମିଳିଥିଲା ।
କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ମହିଳାଙ୍କ ପାଇଁ ପରିଚାଳିତ ଶକ୍ତି ଯୋଜନା ଅଧୀନରେ ମାଗଣା ବସ୍ ସେବାର ସୁବିଧା ପାଇଁ ବ୍ୟକ୍ତି ଜଣକ ବୁର୍ଖା ପିନ୍ଧିଥିଲେ ବୋଲି ସହ ଯାତ୍ରୀ ମାନେ ଦାବି କରିଥିଲେ । ଗଣମାଧ୍ୟମ ରିପୋର୍ଟ, ଅନୁଯାୟୀ ବସଷ୍ଟାଣ୍ଟରେ ଉପସ୍ଥିତ ଯାତ୍ରୀମାନେ ମଧ୍ୟ ତାଙ୍କୁ ପ୍ରଶ୍ନ କରିଥିଲେ ହେଲେ ତାଙ୍କ ଉତ୍ତର ସନ୍ଦେହ ସୃଷ୍ଟି କରିଥିଲା ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କର୍ଣ୍ଣାଟକ ସରକାର ମହିଳାମାନଙ୍କ ପାଇଁ ଶକ୍ତି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନେ ବସ୍ରେ ମାଗଣା ଯାତ୍ରା କରିପାରିବେ। କେବଳ ଏତିକି ନୁହେଁ, କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପାଞ୍ଚଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ଏହା ଅନ୍ୟତମ, ଯାହା ସରକାର ଗଠନ ପରେ ପୂରଣ ହୋଇଛି ।












Click it and Unblock the Notifications