ଭାରତରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି, ଚେତାବନୀ ଦେଲା ହିଣ୍ଡେନବର୍ଗ
ନୂଆଦିଲ୍ଲୀ: 'ଭାରତରେ କିଛି ବଡ ଘଟଣା ଘଟିବାକୁ ଯାଉଛି !' ହିଣ୍ଡେନବର୍ଗଙ୍କ ଚେତାବନୀ ପରେ ପଡିବ କାହାର ପାଳି? ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ନିକଟରେ ଏକ ନୂତନ ଘୋଷଣା କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସହିତ ଆତଙ୍କିତ ମଧ୍ୟ କରିଛି। ଶନିବାର ସକାଳେ ଏଲନ୍ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ୍ ମାଧ୍ୟମରେ ହିଣ୍ଡେନବର୍ଗ ସୂଚାଇ ଦେଇଛି ଯେ ଖୁବ୍ ଶୀଘ୍ର ଭାରତରେ କିଛି ବଡ଼ ଘଟଣା ଘଟିବ।
ହିଣ୍ଡେନବର୍ଗ ନିଜ ପୋଷ୍ଟରେ ଲେଖିଛି ଯେ, 'Something big soon India'। ହିଣ୍ଡେନବର୍ଗର ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତେବେ କ'ଣ ଏବଂ କାହା ଉପରେ ବଡ଼ ଘଟଣା ଘଟିବାକୁ ଯାଉଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ।
ହିଣ୍ଡେନବର୍ଗ ରିସର୍ଚ୍ଚ ପୁଣି ଥରେ ଏକ ଭାରତୀୟ କମ୍ପାନୀ ବିଷୟରେ ବଡ଼ ଖୁଲାସା କରିବାକୁ ଯାଉଥିବା କମ୍ପାନୀର ଏହି ପୋଷ୍ଟକୁ ନେଇ ସନ୍ଦେହ କରାଯାଉଛି। ସୂଚନା ଥାଉକି, ଜାନୁଆରୀ ୨୦୨୩ରେ ହିଣ୍ଡେନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ହିଣ୍ଡେନବର୍ଗ ଆଦାନୀ ଗ୍ରୁପ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲା ।

ପରେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ମାତ୍ରେ ଆଦାନୀ ଗ୍ରୁପ୍ର ସମସ୍ତ ସେୟାର ଦ୍ରୁତ ଭାବେ ଖସିବାରୁ ଲାଗିଥିଲ । ଏବେ ହିଣ୍ଡେନବର୍ଗର ସଦ୍ୟତମ ରିପୋର୍ଟ ପରେ ଚର୍ଚ୍ଚା ବଢିଛି , ତେବେ ହିଣ୍ଡେନବର୍ଗର ଏହିପରି ଚେତାବନୀ ନିଶ୍ଚିତ ଭାବରେ ଷ୍ଟକ୍ ମାର୍କେଟରେ ନିବେଶକଙ୍କ ଭାବନାକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି ।
ହିଣ୍ଡେନବର୍ଗ ରିସର୍ଚ୍ଚ ଏପର୍ଯ୍ୟନ୍ତ ଅନେକ କମ୍ପାନୀରେ ଘୋଟାଲାର ପର୍ଦ୍ଦାଫାସ କରିଥିବା ନେଇ ଦାବି କରିଛି। ଏହି କମ୍ପାନୀ ୨୦୧୭ ରେ ନାଥାନ୍ ଆଣ୍ଡରସନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବାସ୍ତବରେ ଏହା ଏକ ଫୋରେନସିକ୍ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା। ଯାହା ଇକ୍ୱିଟି, କ୍ରେଡିଟ୍ ଏବଂ ଡେରିଭେଟିକ୍ସକୁ ବିଶ୍ଳେଷଣ କରେ।












Click it and Unblock the Notifications