ବନ୍ଦ ହୋଇଯିବ ହିଣ୍ତେନବର୍ଗ, ସୂଚନା ଦେଲେ କମ୍ପାନୀ ପ୍ରତିଷ୍ଠାତା ନାଥାନ ଏଣ୍ଡରର୍ସନ
Hindenburg Research Announces Shut Down: ଶେଷରେ ନାଥାନ ଏଣ୍ଡରର୍ସନ ହିଣ୍ଡେନ୍ବର୍ଗ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ୨୦୧୭ ମସିହାରେ ସୃଷ୍ଟି ହୋଇଥିବା ହିଣ୍ଡେନବର୍ଗ ରିପୋରର୍ଟକୁ ନେଇ ସାରା ଦୁନିଆରେ ଚର୍ଚ୍ଚରେ ରହିଥାଏ ।

ଆଦାନୀ ଗ୍ରୁପ୍ ବିରୋଧରେ ବିବାଦୀୟ ରିପୋର୍ଟ ଦେଇ ବେଶ୍ ଲାଇମଲାଇଟରେ ରହିଥିଲା ନାଥାନ ଏଣ୍ଡରର୍ସନଙ୍କ ହିଣ୍ଡେନ୍ବର୍ଗ । ହେଲେ ଗତକାଲି ବିଳମ୍ୱିତ ରାତିରେ ସେ ହିଣ୍ତେନବର୍ଗ ବନ୍ଦ ହେବା ନେଇ ଘୋଷଣା କରିଛନ୍ତି । ଏପରିକି ନିଜର ସମସ୍ତ କର୍ମଚାରୀଙ୍କୁ ମେସେଜ୍ ମଧ୍ୟ ସେୟାର କରିଛନ୍ତି ନାଥାନ ।
ହିଣ୍ତେନବର୍ଗ ବନ୍ଦ ହେବାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାଁନ୍ତି କମ୍ପାନୀ ସିଇଓ । ନାଥାନ ଏକ ପୋଷ୍ଟରେ ଲେଖିଛନ୍ତି, ମୁଁ ମୋ ପରିବାର ଓ ସହଯୋଗୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି ଏବଂ ଶେଷରେ ଏହି କମ୍ପାନୀକୁ ବନ୍ଧ କରିବା ପାଇଁ ଯାଉଛି । ବର୍ତ୍ତମାନ ଚାଲୁ ରହିଥିବା ସମସ୍ତ ରିସର୍ଚ୍ଚ ସମାପ୍ତ ହେଲେ କମ୍ପାନୀ ବନ୍ଦ ହୋଇଯିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସେୟାର ମାର୍କେଟ୍, ଇକ୍ୱିଟି, କ୍ରେଡିଟ୍ ଆଦି ବିଷୟରେ ରିସର୍ଚ୍ଚ କରିଥାଏ ହିଣ୍ତେନବର୍ଗ ।
ଆମେରିକାରେ ଘଟୁଥିବା ରାଜନୈତିକ ପରିବର୍ତ୍ତନ ଏହା ଦର୍ଶାଉଛି ଯେ, ବିଶ୍ୱ ବଜାରକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନଷ୍ଟ କରିବାର ପ୍ରବୃତ୍ତି ଥିବା ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ ହୋଇପାରେ, କାରଣ ଡୋନାଲ୍ଡ ଟ୍ରମ୍ପ ଏପରି ଆତ୍ମଘୋଷିତ ତଦନ୍ତକାରୀ ସଂସ୍ଥାଗୁଡ଼ିକର କଠୋର ସମାଲୋଚକ ଅନେକ ଥର କରିଥିବାର ଦେଖିବା ପାଇଁ ମିଳିଥିଲା ।
ହିଣ୍ଡେନବର୍ଗ ରିସର୍ଚ୍ଚ ଡିପ୍ ଷ୍ଟେଟ୍ ନେତାମାନଙ୍କ ସହ ମିଶି ନିଜକୁ ରକ୍ଷା କରିବା ଏବଂ ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଏକ ଉପାୟ ଖୋଜୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ କମ୍ପାନୀ ବନ୍ଦ ହେବା ଦ୍ୱାରା ଏହାର କାର୍ଯ୍ୟପ୍ରଣାଳୀ, ଏହାକୁ ମିଳୁଥିବା ପାଣ୍ଠି ଏବଂ ଏହା ପଛରେ ଥିବା ରାଜନୈତିକ ହାତ ବିଷୟରେ ଜାଣିବା କଷ୍ଟକର ।












Click it and Unblock the Notifications