'ଦେଶର ସବୁଠୁ ଦୁର୍ନିତ ଗ୍ରସ୍ତ ମୁଖ୍ୟମନ୍ତ୍ରୀ ହିମନ୍ତ', ରାହୁଲ କହିଲେ ହିମନ୍ତଙ୍କୁ ଅମିତ ଶାହା .....

ଆସାମ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ପୁଣି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ କରିଛନ୍ତି ଟାର୍ଗେଟ । ବୁଧବାର (ଜାନୁୟାରୀ ୨୪, ୨୦୨୪) ଆସାମର ବାରାପେଟାର ଭାରତ ଯୋଡା ନ୍ୟାୟ ଯାତ୍ରା ସମୟରେ ସେ ଦାବି କରିଛନ୍ତି ଯେ ସିଏମ୍ ଶର୍ମା ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିୟନ୍ତ୍ରଣ କରୁଛନ୍ତି ।

ତାଙ୍କର ପାଖରେ ସିଏମର ନିୟନ୍ତ୍ରଣ ଅଛି । ଯଦି ଆସାମ ସିଏମ ଗୃହମନ୍ତ୍ରୀଙ୍କ ବିରୋଧରେ କିଛି କୁହନ୍ତି ତେବେ ତାଙ୍କୁ ଦଳରୁ ବାହାର କରି ଦିଆଯିବା । କେରଳର ୱାୟାନାଡର ସାଂସଦ ଆହୁରି ଦାବି କରିଛନ୍ତି ଯେ ଭାଜପା ଲୋକମାନେ ଯେତେ ମାମଲା ଦାୟର କରିବାକୁ ଚାହୁଁଛନ୍ତି, କରିଦିଅନ୍ତୁ । ଏହା ତାଙ୍କ ଉପରେ କୌଣସି ଫରକ ପଡୁନାହିଁ । ସେ ଏହି ମାମଲାକୁ ଭୟ କରନ୍ତି ନାହିଁ । ସେ ନା ଭାରତୀୟ ଜନତା ପାର୍ଟି (ଭାଜପା)କୁ କିମ୍ବା ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ)କୁ ଭୟ କରନ୍ତି ନାହିଁ ।

ଋାହୁଲ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବିଜେପି-ଆରଏସଏସର ଲୋକମାନେ ଗୋଟିଏ ଧର୍ମ, ଜାତି, ଭାଷା ଏବଂ ରାଜ୍ୟ ବିରୁଦ୍ଧରେ ଲଢ଼ୁଛନ୍ତି । ସେମାନେ ଦେଶରେ ଘୃଣା ବିସ୍ତାର କରନ୍ତି କିନ୍ତୁ ଆମେ ଭଲ ପାଇବା ବିସ୍ତାର କରିଥାଉ । ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଆସାମ ସିଏମ ହିମନ୍ତ ବିଶ୍ୱ ସାରମାଙ୍କ ସମେତ ବିଜେପିର ଲୋକମାନେ ଘୃଣା ଭାବରେ ପରିପୂର୍ଣ୍ଣ ହୋଇ ରହିଛନ୍ତି ।

rahul gandhi

ଆସାମ ସିଏମ ବିଷୟରେ କଂଗ୍ରେସ ନେତା କହିଛନ୍ତି - ହିମନ୍ତ ବିଶ୍ୱ ସାର୍ମାଙ୍କ ହୃଦୟରେ ସମଗ୍ର ବିଶ୍ୱ ପାଇଁ ଘୃଣା ଭରି ରହିଛି । ସେ ସକାଳୁ ଉଠିଲେ ତାଙ୍କ ହୃଦୟରୁ ଘୃଣା ବାହାରି ଆସେ । ଏହି ଯୁଦ୍ଧ ସେମାନଙ୍କ ସହିତ ନୁହେଁ ବରଂ ସେମାନଙ୍କ ହୃଦୟରେ ଥିବା ଘୃଣା ସହିତ । ଘୃଣା କଦାପି ଘୃଣାକୁ ଦୂର କରିପାରିବ ନାହିଁ ।

ଯଦି କେହି ତୁମକୁ ଭୁଲ୍ କହିଛି ଏବଂ ତୁମେ ମଧ୍ୟ ସମାନ କଥା କହିଛ ତେବେ ଏହା ଏହିପରି ଜାରି ରହିବ । ଘୃଣାକୁ କେବଳ ଭଲପାଇବା ସହିତ ଦୂର କରାଯାଇ ପାରିବ । ଘୃଣା ପଛରେ ଭୟ ଲୁଚି ରହିଛି । ଏହି ଲୋକମାନେ ଦେଶରେ ଭୟ ଏବଂ ଘୃଣା ବିସ୍ତାର କରନ୍ତି ବୋଲି କହିଛନ୍ତି ରହୁଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+