ମୁସମଲମାନଙ୍କ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ସିଏମ୍ ଶର୍ମା
ଗୌହାଟୀ: ପୁଣି ଚର୍ଚ୍ଚାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା । ରାଜ୍ୟରେ ବଢ଼ୁଥିବା ଜନସଂଖ୍ୟା ଉପରେ ସେ ପ୍ରତିକ୍ରିୟା ଦେଇ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ହିମନ୍ତ ବୁଧବାର ରାଜ୍ୟରେ ପରିବର୍ତ୍ତନ ହେଉଥିବା 'ଜନସଂଖ୍ୟା' ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଆସାମରେ ମୁସଲମାନ ଜନସଂଖ୍ୟା ୪୦ ପ୍ରତିଶତରେ ପହଞ୍ଚିଛି ବୋଲି ହିମନ୍ତ ବିଶ୍ୱସର୍ମା ଦାବି କରିଛନ୍ତି ।
ତାଙ୍କର ଏଭଳି ବୟାନ ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଏକ ସଭାରେ ଦେଇଛନ୍ତି । ସିଏମ୍ ଶର୍ମା କହିଛନ୍ତି, 'ବଦଳୁଥିବା ଡେମୋଗ୍ରାଫି ମୋ ପଇଁ ଏକ ବଡ଼ ମୁଦ୍ଦା । ଆଜି ମୁସଲମାନଙ୍କ ସଂଖ୍ୟା ୪୦ ପ୍ରତିଶତରେ ପହଞ୍ଚିଛି । ୧୯୫୧ ମସିହାରେ ଏହା ୧୨ ପ୍ରତିଶତ ରହିଥିଲା । ଆଜି ଆମେ ଅନେକ ଜିଲ୍ଲାକୁ ହରାଇ ବସିଛୁ । ଏହା ମୋ ପାଇଁ ରାଜନୈତିକ ମୁଦ୍ଦା ନୁହେଁ । ମୋ ପାଇଁ ଜୀବନ ଏବଂ ମରଣର ପ୍ରଶ୍ନ ଅଟେ ।
କୌଣସି ଧର୍ମର ନାମ ନ ନେଇ ଆସାମର ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ କହେ ନାହିଁ ଯେ କୌଣସି ଅପରାଧ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଦ୍ୱାରା କରାଯାଇଥାଏ, କିନ୍ତୁ ଲୋକସଭା ନିର୍ବାଚନ ସମୟରେ ଘଟିଥିବା ଘଟଣା ଏକ ଚିନ୍ତାର ବିଷୟ । ସେ ଆହୁରି କହିଛନ୍ତି ଯେ ଆସାମରେ ବାଂଲାଦ ଲାଦଶରୁ ଆସିଥିବା ଲୋକ ଅପରାଧରେ ସାମିଲ ଅଛନ୍ତି । ଲୋକସଭା ନିର୍ବାଚନରେ ବିଜେପି ଆସାମ ଗଣ ପରିଷଦ ମୋଟ ୧୧ ଆସନ ଜିତିଛନ୍ତି, ଅନ୍ୟପଟେ ବଳକା ତିନି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା ।

ପୂର୍ବୋତ୍ତର ଭାରତର ୨୪ ଲୋକସଭା ଆସନ ମଧ୍ୟରୁ ବିଜେପି ୧୫ଟି ଜିତିଥିଲା । ଏହିପରେ ପୂର୍ବୋତ୍ତର ରାଜ୍ୟରେ ବିଜେପିକୁ ୨୦୧୯ ତୁଳନାରେ କ୍ଷତି ସହିବାକୁ ପଡ଼ିଛି । ହିମନ୍ତ ବିଶ୍ୱ ଶର୍ମା ର୍ମା କହିଛନ୍ତି ଯେ ଗୋଟିଏ ସମୁଦାୟର ଲୋକ ଆମ ସରକାର ବିରୋଧରେ ରହିଛି । ଏହି ରାଜ୍ୟ ରେ ସେହି ସମୁଦାୟର ଲୋକ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଏହା ରାଜନୈତିକ ପରାଜା ନୁହେଁ କାରଣ ଗୋଟିଏ ସମୁଦାୟ ସହ କେହି ଲଢି ପାରିବେ ନାହିଁ । ଝାଡଖଣ୍ଡ ଗସ୍ତ ପ୍ରସଙ୍ଗରେ ଯେତେବେଳେ ହିମନ୍ତ ବିଶ୍ୱସର୍ମାଙ୍କୁ ପଚରାଯାଇଥିଲା, ସେତେବେଳେ ସେ ଥଟ୍ଟା କରି କହିଥିଲେ ଯେ ସେ ଝାଡଖଣ୍ଡକୁ ରିଚାର୍ଜ କରିବାକୁ ଆସିଛନ୍ତି ।












Click it and Unblock the Notifications