ଟ୍ୱିଟର ବାୟୋ ବଦଳାଇ "ଇଣ୍ଡିଆ" ବଦଳରେ "ଭାରତ" ଲେଖିଲେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା
ବିରୋଧୀଙ୍କୁ କଡ଼ା ଟାର୍ଗେଟ। ଟ୍ୱିଟର ବାୟୋ ବଦଳାଇଲେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ବିରୋଧୀ ମହାମେଣ୍ଟ ନାଁ I.N.D.I.A ରହିବା ପରେ ସେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏଥିସହ ଇଣ୍ଡିଆ ବନାମ ଭାରତର ବାର୍ତ୍ତା ଦେଇ ବିରୋଧୀଙ୍କୁ ଉପରେ ସିଧା ବର୍ଷିଛନ୍ତି।
ବିରୋଧୀ ମେଣ୍ଟ ରଖିଥିବା ନାଁକୁ ତୀବ୍ର ସମାଲୋଚନା କରି ବିଶ୍ୱଶର୍ମା କହିଛନ୍ତି ଯେ, ବ୍ରିଟିଶ ଆମ ଦେଶର ନାଁ "ଇଣ୍ଡିଆ" ରଖିଥିଲେ। ଦେଶକୁ ଉପନିବେଶବାଦରୁ ବାହାର କରିବା ପାଇଁ ସଂଘର୍ଷ କରିବା ଦରକାର ବୋଲି ସେ କହିଛନ୍ତି। ତେବେ ଏହା ପରେ ସୋସିଆଲ ମିଡିଆରେ ୱାର ଦେଖିବକୁ ମିଳିଛି।

ସେ ଟ୍ୱିଟ କରି କହିଛନ୍ତି ଯେ, ବ୍ରିଟିଶମାନେ ଆମ ଦେଶର ନାମ "ଇଣ୍ଡିଆ" ଦେଲେ ଏବଂ କଂଗ୍ରେସ ଏହାକୁ ସଠିକ୍ ଭାବରେ ଗ୍ରହଣ କଲା। ଆମକୁ ଏଥିରୁ ମୁକ୍ତ ହେବାକୁ ପଡିବ। ଆମର ପୂର୍ବପୁରୁଷମାନେ "ଭାରତ" ପାଇଁ ଲଢିଥିଲେ ଏବଂ ଆମେ ଭାରତ ମାତା ପାଇଁ କାମ କରିବୁ।
ବିଜେପି ନେତା ତଥା ପୂର୍ବତନ ୟୁପି ଡେପୁଟି ସିଏମ ଦୀନେଶ ଶର୍ମା ଲେଖିଛନ୍ତି ଯେ
I . Immoral (ଅନୈତିକ)
N. Nepotism (ଭାଇ ଭତିଯା ବାଦି)
D. Dishonest (ବେଇମାନ)
I. Incapable ( ଅସମର୍ଥ)
A. Alliance (ଗଠବନ୍ଧନ)
ଦୀନେଶ ଶର୍ମା ଆହୁରି ଲେଖିଛନ୍ତି, 'ଦୁର୍ନୀତିଗ୍ରସ୍ତମାନେ ଛଦ୍ମବେଶରେ ଆସୁଛନ୍ତି। ଯେଉଁମାନେ ଦେଶ ଲୁଟ କରିଛନ୍ତି ସେମାନେ ଏକ ନୂଆ ପ୍ରହସନ ସୃଷ୍ଟି କରୁଛନ୍ତି।
I.N.D.I.A ରେ D କ'ଣ ପାଇଁ ?
ଆଲୋଚନା କେବଳ ଇଣ୍ଡିଆ ଏବଂ ଭାରତ ବିଷୟରେ ନୁହେଁ। ବିଜେପି ନେତାମାନେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳ ନିଜେ ନାଁରେ D ର ଅର୍ଥ ସ୍ପଷ୍ଟ ନୁହଁନ୍ତି। ଉଦାହଣସ୍ୱରୂପ, ଟୁଇଟରରେ କଂଗ୍ରେସ D ର ଅର୍ଥ ଡେଭଲପମେଣ୍ଟାଲ ଲେଖିଥିବା ବେଳେ, ଶରଦ ପାୱାର D ର ଅର୍ଥ ଡ଼େମୋକ୍ରାଟିକ ଲେଖିଛନ୍ତି।
ବିଜେପି ପକ୍ଷରୁ ଅମିତ ମାଲଭିଆ କହିଛନ୍ତି ଯେ Dର ଅର୍ଥ ଡ଼େମୋକ୍ରାଟିକ ନା ଡେଭଲପମେଣ୍ଟାଲ ? ଯେଉଁମାନେ ଏହି ଛୋଟ ପ୍ରସଙ୍ଗରେ ସହମତି ସୃଷ୍ଟି କରିପାରିବେ ନାହିଁ ସେମାନେ ଦେଶ ଚଳାଇବାକୁ ଆଶା କରୁଛନ୍ତି।












Click it and Unblock the Notifications