ହିମାନୀ ନରୱାଲ ହତ୍ୟା ମାମଲା: ଦିଲ୍ଲୀରୁ ଜଣେ ଗିରଫ
ରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ହତ୍ୟା ପରେ ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ବସଷ୍ଟାଣ୍ଡରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ପଛର କାରଣ ଉପରୁ ପରଦା ହଟାଇଛି।

ଅଭିଯୁକ୍ତ ନାମ ସଚିନ ଏବଂ ଘର ବାହାଦୁରଗଡ଼ ବୋଲି ଜଣାପଡ଼ିଛି। ହିମାନୀ ରହୁଥିବା ଘରେ ହିଁ ତାଙ୍କୁ ହତ୍ୟା କରାଯାଇଛି। ଏପରି କି ଯେଉଁ ସୁଟକେସରେ ମୃତଦେହ ରଖାଯାଇଥିଲା ତାହା ବି ହିମାନୀଙ୍କର ବୋଲି ଜଣାପଡ଼ିଛି। ଅଭିଯୁକ୍ତଠାରୁ ହିମାନୀଙ୍କ ମୋବାଇଲ ଫୋନ ବି ଜବତ ହୋଇଛି।
ସୂଚନା ଅନୁସାରେ, ଅଭିଯୁକ୍ତ ସଚିନ ଏବଂ ହିମାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଚିନ ତାଙ୍କୁ ବ୍ଲାକମେଲ କରୁଥିଲା। ହିମାନୀଙ୍କଠାରୁ ସେ ଲକ୍ଷ ଲକ୍ଷ ଟଙ୍କା ନେଇସାରିଥିଲା। ଏହି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦରୁ ହିମାନୀଙ୍କ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତଥାପି ପୁଲିସ ଘଟଣାର ସମସ୍ତ ଦିଗ ପ୍ରତି ତଦନ୍ତ କରୁଛି। ଅଭିଯୁକ୍ତକୁ ଜେରା ଚାଲିଛି। ହତ୍ୟା ପଛର ଆଉ କିଛି କାରଣ ରହିଛି କି ନାହିଁ ସେଥିପ୍ରତି ମଧ୍ୟ ପୁଲିସ ଅନୁସନ୍ଧାନ ଚଳାଇଛି।












Click it and Unblock the Notifications