ହୋଲିରେ ଅଘଟଣ: ହିମାଚଳ ପ୍ରଦେଶରେ ଧସିଲା ପାହାଡ଼, ୨ ମୃତ
Holi Landslide: ହୋଲିରେ ଅଘଟଣ । ହିମାଚଳ ପ୍ରଦେଶ ଉନା ଜିଲ୍ଲା ଆମ୍ବ ଉପଖଣ୍ତ ମେଡିରେ ଧସିଲା ପାହାଡ଼ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ହୋଲି ଅବସରରେ ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ଅଘଟଣା ଘଟିଥିଲା ।

ମିଳିଥିବା ସୂଚନା ଅନୁସାରେ, ହୋଲି ଅବସରରେ ସକାଳୁ ସକାଳୁ ଆମ୍ବର ମେଡି ମେଳା ଚାଲିଥିଲା ଏବଂ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ସମୟରେ ହଠାତ୍ ପାହାଡ଼ରୁ ପଥର ଖସିବା ଆରମ୍ଭ ହୋଇଯାଇଥିଲା । ଯାହା ପରେ ଭକ୍ତଙ୍କ ମଧ୍ୟରେ ଦୌଡ଼ା ଦୌଡି ଆରମ୍ଭ ହୋଇଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା, ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା ।












Click it and Unblock the Notifications