ଭୂକମ୍ପରେ ଥରିଲା ହିମାଚାଳ, ଭୟବୀତ ଲୋକେ

ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି । ଆଜି ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳ ୮ଟା ୪୨ମିନିଟରେ ଭୂମିକମ୍ପ ଝଟକା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି । ୩.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ପାଇବା ପରେ ଲୋକ ତୁରନ୍ତ ଘରୁ ବାହାରି ଚାଲିଆସିଥିଲେ । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ସୂଚନା ମିଳିନାହିଁ ।

earthquake

ନ୍ୟାସନାଲ ସିସ୍ମୋଲୋଜି ସେଣ୍ଟର ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । ଏହାର କେନ୍ଦ୍ର ସୁନ୍ଦରନଗରର କିଆରଗି ବୋଲି ଜଣାପଡିଛି । ତେବେ ଭୂକମ୍ପ ଜନିତ କିଛି କ୍ଷୟକ୍ଷତି ସୂଚନା ମିଳିନାହିଁ । ପାହାଡ ଅଞ୍ଚଳରେ ଭୂକମ୍ପ ଆସିବାର ସମ୍ଭାବନା ଅଧିକ ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ହିମାଚଳ ପ୍ରଦେଶର ଦମ୍ବା, ଶିମଲା, ଲାହୌଲ ସ୍ପିତି, କଙ୍ଗଡ଼ା, ମଣ୍ଡି ଭୂମିକମ୍ପର ସମ୍ବେଦନଶୀଳ ଅଞ୍ଚଳରେ ଆସିଥାଆନ୍ତି। ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ ।

ଏହାପୂର୍ବରୁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଗତରାତି ୨ଟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରହିଥିଲା । ଗତ କିଛିଦିନରେ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୨୧ ଫେବୃଆରୀ ରାତିରେ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+