ହିମାଚଳ ପ୍ରଦେଶରେ ମହଙ୍ଗା ହେଲା ଡିଜେଲ, ଜାଣନ୍ତୁ ନୂଆ ମୂଲ୍ୟ
ହିମାଚଳ ପ୍ରଦେଶରେ ମହଙ୍ଗା ହେଲା ଡିଜେଲ, ଜାଣନ୍ତୁ କେତେ ରହିଛି ନୂଆ ମୂଲ୍ୟ
Diesel Price: ହିମାଚଳ ପ୍ରଦେଶରେ ମହଙ୍ଗା ହେଲା ଡିଜେଲ । ଡିଜେଲ ମୂଲ୍ୟରେ ସୁଖୁ ସରକାର ଭ୍ୟାଟ୍ ବୃଦ୍ଧି କରିଛନ୍ତି । ହିମାଚଳ ପ୍ରଦେଶରେ ସୁଖୁ ସରକାର ଡିଜେଲ ଉପରେ ଭ୍ୟାଟ୍ ୩ ଟଙ୍କା ବୃଦ୍ଧି କରିଛନ୍ତି, ଯାହା ପରେ ବର୍ତ୍ତମାନ ମୂଲ୍ୟ ଲିଟର ପିଛା ୮୩.୦୨ ରୁ ୮୬.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ପେଟ୍ରୋଲ ୯୫.୦୭ ଟଙ୍କାରେ ୦.୫୫ ଟଙ୍କାରେ ଶସ୍ତା ବିକ୍ରି ହେଉଛି । ଅନ୍ୟପଟେ ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଏପରି ରାଜ୍ୟ ଯେଉଁଠାରେ ଇନ୍ଧନ ଶସ୍ତା ହୋଇଛି ।

ଭାରତରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ସକାଳ ୬ ଟାରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ କରିଥାଏ । ଯଦି ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ SMS ମାଧ୍ୟମରେ ଚେକ୍ କରିପାରିବେ । HPCL ଗ୍ରାହକଙ୍କ ନୂତନ ମୂଲ୍ୟ ଯାଞ୍ଚ କରିବାକୁ, HPPRICE ଲେଖି 9222201122 କୁ ମ୍ୟାସେଜ କରନ୍ତୁ । ସେହିପରି ଇଣ୍ଡିଆନ୍ ଅଏଲ୍ ଗ୍ରାହକମାନଙ୍କୁ RSP ଲେଖି 9224992249 ନମ୍ଭରରେ ମ୍ୟାସେଜ କରିବା ପାଇଁ ପଡିବ । BPCL ଗ୍ରାହକମାନେ RSP ଲେଖି 9223112222 କୁ ମ୍ୟାସେଜ କରିବା ଦ୍ୱାରା ନିଜ ଏରିଆର ପେଟ୍ରୋଲ ଡିଜେଲ ମୂଲ୍ୟ ଜାଣିପାରିବେ ।












Click it and Unblock the Notifications