ମଝି ଆକାଶରେ ଅଟକିଲା ରୋପ-ୱେ, ଫସିଛନ୍ତି 7 ପର୍ଯ୍ୟଟକ
ମଝି ଆକାଶରେ ଅଟକିଲା ରୋପୱେ । ହିମାଚଳ ପ୍ରଦେଶର ପରୱାନୋରେ ଥିବା ଟିମ୍ବର ଟ୍ରାଏଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଆକାଶରେ ଅଟକିଛି ଏକ କେବୁଲ କାର । ଏଥିରେ 7ଜଣ ପର୍ଯ୍ୟଟକ ଫସି ରହିଛନ୍ତି ।
ଶିମଲା: ମଝି ଆକାଶରେ ଅଟକିଲା ରୋପୱେ । ହିମାଚଳ ପ୍ରଦେଶର ପରୱାନୋରେ ଥିବା ଟିମ୍ବର ଟ୍ରାଏଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଆକାଶରେ ଅଟକିଛି ଏକ କେବୁଲ କାର । ଏଥିରେ 7ଜଣ ପର୍ଯ୍ୟଟକ ଫସି ରହିଛନ୍ତି । କେବୁଲରେ ସମସ୍ୟା ଯୋଗୁ ଏହି ଟ୍ରଲିଟି ଫସି ରହିଛି । ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟ ଏକ କେବୁଲ ସହୟତାରେ ଟ୍ରଲିଟିକୁ ଅଣାଯିବାକୁ ପ୍ରୟାସ କରୁଛି ଉଦ୍ଧାରକାରୀ ଟିମ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅପରେସନକୁ ତଦାରଖ କରୁଛନ୍ତି । ବର୍ତ୍ତମାନସୁଦ୍ଧା ଦୁଇ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ଏବେ ବି ଆହୁରି ପର୍ଯ୍ୟଟକ ଫସିରହିଛନ୍ତି ।
ତେବେ ଏଭଳି ଘଟଣା ପ୍ରଥମ ଥର ହୋଇ ନାହିଁ । ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ଝାଡଖଣ୍ଡର ଦେଉଘରରେ ମଧ୍ୟ ସମାନ ଧରଣର ଅଘଟଣ ଦେଖିବାକୁ ମିଳିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏକାଧିକ ଟ୍ରଲିରେ ପ୍ରାୟ 50 ଜଣ ପର୍ଯ୍ୟଟକ ଫସି ରହିଥିଲେ । ପ୍ରାୟ 40 ଘଣ୍ଟାର ଉଦ୍ଧାର ଅପରେସନ ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବେଳେ ସେନା ହେଲିକପ୍ଟରରୁ ଖସି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।
ସେହିପରି ଅକ୍ଟୋବର 13 ତାରିଖ 1992 ମସିହାରେ ଶିମଲାରେ ସମାନ ଧରଣର ଅଘଟଣ ଦେଖିବାକୁ ମିଳିଥଲା । କେବୁଲରେ ସମସ୍ୟା ଯୋଗୁ 11 ଜଣ ପର୍ଯ୍ୟଟକ ଗୋଟିଏ ଟ୍ରଲିରେ ଫସି ରହିଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 10 ଜଣଙ୍କୁ ଅନେକ ସମୟ ପରେ ଉଦ୍ଧାର କରାଯାଇଥିଲା ।












Click it and Unblock the Notifications