ହିମାଚଳରେ ବାଦଲଫଟା ବର୍ଷା: ୧୩ ମୃତ
Himachal Pradesh Cloudburst: ପୁଣି ହିମାଚଳରେ ବାଦଲ ଫଟା ବର୍ଷା । ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ନେଇ ସୂଚନା ରହିଛି । ଗତକାଲି ଅର୍ଥାତ୍ ବୁଧବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ଶ୍ରୀଖଣ୍ତ ନିକଟରେ ପ୍ରକୃତିର ତାଣ୍ତବ ଦେଖିବା ପାଇଁ ମିଳିଥିଲା । ସମେଜ ଓ ବେଗି ବ୍ରିଜ ନିକଟରେ ପ୍ରବଳ ବର୍ଷା ପାଇଁ ପ୍ରାୟ ୪୫ରୁ ଅଧିକ ଲୋକ ଭାସିଯାଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଅନେକ ଲୋକ ବର୍ତ୍ତମାନ ନିଖୋଜ ଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏନଡିଆରଏଫ ଟିମ୍ ।













Click it and Unblock the Notifications