ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ପର୍ଯ୍ୟଟନ ରାଜ୍ୟ ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ ।
ନୂଆଦିଲ୍ଲୀ: ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ପର୍ଯ୍ୟଟନ ରାଜ୍ୟ ହିମାଚଳ ପ୍ରଦେଶର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ସେହିପରି ୮ ଡିସେମ୍ବରରେ ହେବ ଭୋଟ ଗଣନା । ୧୦ ଡିସେମ୍ବର ପୂର୍ବରୁ ସରିବ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ।

ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଅକ୍ଟୋବର ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ନେଇ ତାରିଖ ଘୋଷଣା ହୋଇଥିବା ବେଳେ ୨୯ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରିବା ନେଇ ତାରିଖ ଘୋଷଣା କରାଯାଇଛି । ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମତଦାନ ସାବ୍ୟସ୍ଥ କରିବେ । ପ୍ରଥମ ଥର ପାଇଁ ଏକ ଲକ୍ଷ ୮୬ ହଜାରରୁ ଅଧିକ ନାଗରିକ ଭୋଟ ଦେବେ । ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।
ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବ । ବୟସ୍କ ଓ ଭିନ୍ନକ୍ଷମ ଭୋଟର ଘରେ ଥାଇ ଭୋଟ ଦେଇପାରିବେ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ କ୍ୟାସ୍ରେ କାରବାର ଉପରେ ତିକ୍ଷ୍ନ ନଜର ରହିବ । ସଂଧ୍ୟା ୫ଟାରୁ ସକାଳ ୧୦ ପର୍ଯ୍ୟନ୍ତ ମୋଟା ଅଙ୍କର ଟଙ୍କାର ନଗର କାରବାର କରିପାରିବେ ନାହିଁ । ସମସ୍ତ ବୁଥ୍ରେ ପ୍ରାର୍ଥୀ ମାନଙ୍କର ସମ୍ପତ୍ତି, ସେମାନଙ୍କର ଦକ୍ଷତା ଏବଂ ଯଦି ସେମାନଙ୍କର ଅପରାଧିକ ମାମଲା ଥାଏ ସେଗୁଡିକ ତଥ୍ୟ ବୁଥ୍ କେନ୍ଦ୍ରରେ ପ୍ରକାଶିତ କରାଯିବ ।
ଏହାପରେ ଗୁଜୁରାଟର ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହେବ । ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦୁଇ ରାଜ୍ୟକୁ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଅନ୍ୟ ବରିଷ୍ଠ ନେତାଙ୍କ ଘନ ଘନ ଗସ୍ତ ଚାଲିଛି ।












Click it and Unblock the Notifications