Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡରେ ଓ ହିମାଚଳରେ ଜଳ ପ୍ରଳୟ: ୧୩ ମୃତ, ୫୦ରୁ ଅଧିକ ନିଖୋଜ

Himachal Pradesh And Uttarakhand News: ଉତ୍ତରାଖଣ୍ଡରେ ଓ ହିମାଚଳରେ ଜଳ ପ୍ରଳୟ । ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରଳୟ ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ପାଣିର ସୁଅ, କେଉଁଠି ଡ୍ୟାମ୍ ଭାଙ୍ଗିଛି ତ କେଉଁଠି ଘର ଧୋଇ ହୋଇଯାଇଛି । ବର୍ତ୍ତମାନ ୫୦ରୁ ଅଧିକ ଲୋକ ନିଖୋଜ ଥିବା ନେଇ ସୂଚନା ରହିଛି ।

Himachal Pradesh

କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ଯୋଗୁଁ ପ୍ରକୃତିର ଏପରି ତାଣ୍ତବ ଦେଖିବା ପାଇଁ ମିଳିଛି । ବର୍ଷାରେ ଅନେକ ଘର ଧୋଇ ହୋଇ ଯିବା ସହ ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ନେଇ ସୂଚନା ରହିଛି । ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଛି, ଫଳରେ ୬ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ସମେଜ ଖେଡାରେ ସ୍ଥିତ ହାଇଡ୍ରୋ ପ୍ରୋଜେକ୍ଟ ସାଇଟରେ ବାଦଲ ଫଟା ବାର୍ଷା ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ନିଖୋଜ ଥିବା ନେଇ ଖବର ରହିଛି । ସେହିପରି ମଣ୍ତି ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଜଣ ନିଖୋଜ ଅଛନ୍ତି । ସେହିପରି ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ରାମପୁର ଅଞ୍ଚଳରେ ମଧ୍ୟ ଜଣଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଉତ୍ତରାଖଣ୍ତ କେଦାରନାଥରେ ହଠାତ ବନ୍ୟା ଆସିବାରୁ ପ୍ରକୃତି ତାଣ୍ତବ ଦେଖିବା ପାଇଁ ମିଳିଛି । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ଉତ୍ତରାଖଣ୍ତର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷାର ଯୋଗୁଁ ଭୟଙ୍କର ସ୍ଥିତି ରହିଛି । ସେହିପରି କେଦାରନାଥ ଯାଉଥିବା ଅନେକ ଶ୍ରଦ୍ଧାଳୁ ଏବେ ଫସି ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+