ହିମାଚଳ ପ୍ରଦେଶ: ୧୫ ବିଜେପି ବିଧାୟକ ସସପେଣ୍ଡ
Himachal Pradesh: ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁଙ୍କ ସରକାର ବିପଦରେ। ଆଜି ହିମାଚଳ ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯାଇଛି। ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ କଂଗ୍ରେସ ସରକାର ତାଙ୍କ ବିଧାୟକଙ୍କ ବିଶ୍ୱାସ ହରାଇସାରିଛି । ବିଜେପି ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ଭୋଟ୍ ମାଧ୍ୟମରେ ବଜେଟ୍ ପାସ୍ କରିବାକୁ ଦାବି କରିବେ। ହିମାଚଳ ପ୍ରଦେଶର ଏଲଓପି ଜୟରାମ ଠାକୁର କହିଛନ୍ତି, "... ମୁଁ କେବଳ କହିବାକୁ ଚାହେଁ ଯେ କଂଗ୍ରେସ ଭରସା ହରାଇସାରିଛି ।
#WATCH | Himachal Pradesh LoP Jairam Thakur says, "...I just want to say that Congress has lost mandate." pic.twitter.com/DWIiBSSW67
— ANI (@ANI) February 28, 2024
ଏହାରି ମଧ୍ୟରେ ବିଧାନସଭା ବଜେଟ୍ ଅଧିବେଶନରୁ ସମପେଣ୍ତ ହୋଇଛନ୍ତି ୧୫ ଜଣ ବିଜେପି ବିଧାୟକ । ବିଧାନସଭା ବାଚସ୍ପତି କୁଲଦପୀ ପଠାନିଆ ବିଜେପି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗୃହରୁ ସସପେଣ୍ତ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ମଧ୍ୟ ଗୃହରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ, ବୁଧବାନ ଦିନ ଶିମଲାରେ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଯାହା ପରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ବିଧାୟକଙ୍କ ମଧ୍ୟରେ ଧକ୍କା ଓ ଗାଳିଗୁଲଜ ଆରମ୍ଭ ହୋଇଥିଲା । ଏପରିକି ବାଚସ୍ପତିଙ୍କ ପାଖକୁ ତାଙ୍କ ବିରୋଧରେ ବିଜେପି ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ । ଏପରିକି ଗୃହରେ ଚେୟାର ଏବଂ କାଗଜ ପତ୍ର ମଧ୍ୟ ଫିଙ୍ଗିଥିଲେ ବୋରିଧୀ । ତେବେ ଗୃହରେ ଉତ୍ତେଜନ ବଢୁଥିବାର ଦେଖି ବସସ୍ପତି ଗୃହକୁ ମୁଲବତୀ କରିଥିଲେ ।












Click it and Unblock the Notifications