ହିମାଚଳରେ ସଂକଟରେ କଂଗ୍ରେସ ସରକାର, ୩ ବିଧାୟକଙ୍କ ଇସ୍ତଫା ପରେ ରଜ୍ୟରେ ବଡ଼ ଧରଣର ରାଜନୈତିକ ହଲଚଲ
ନୂଆଦିଲ୍ଲୀ: ଶୁକ୍ରବାର ( ମାର୍ଚ୍ଚ ୨୨)ଦିନ ହିମାଚଳରେ କ୍ଷମତା କନ୍ଦଳ ଦେଖିବାକୁ ମିଳିଛି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ ଜଣ ସ୍ୱାଧୀନ ବିଧାୟକ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ୱାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
୨୫ ଦିନ ପରେ ହିମାଚଳ ଫେରିଥିବା ୩ ସ୍ୱାଧୀନ ବିଧାୟକ ବିଧାନସଭା ସଚିବଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୂଚନାନୁସାରେ , ହମୀରପୁର ସଦରରୁ ସ୍ୱାଧୀନ ବିଧାୟକ ଆଶିଷ ଶର୍ମା, ନାଲାଗଡ ବିଧାୟକ କେ.ଏଲ୍ ଠାକୁର ଏବଂ ଦେହରା ବିଧାୟକ ହୋସିଆର ସିଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ଇସ୍ତଫା ଦେବାକୁ ଯିବା ବେଳେ ସେମାନଙ୍କ ସହ ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ ।

ସେପଟେ ସମାନ କାରଣରୁ କଂଗ୍ରେସ ତରଫରୁ ୬ ଜଣ ଦଳୀୟ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ସସପେଣ୍ଡ ହୋଇଥିବା ବିଧାୟକମାନଙ୍କ ଆସନରେ ଜୁନ ପହିଲାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କୁହାଯାଉଛି କି, ଏବେ ଇସ୍ତଫା ଦେଇଥିବା ୩ ବିଧାୟକଙ୍କ ଆସନରେ ମଧ୍ୟ ସମାନ ତାରିଖରେ ଉପ ନିର୍ବାଚନ ହୋଇପାରେ ।












Click it and Unblock the Notifications