ମହାତ୍ମା ଗାନ୍ଧୀଙ୍କ ଉପରେ ପ୍ରବନ୍ଧ,ଦୋଷୀଙ୍କ ଆଜୀବନ କାରାଦଣ୍ଡାଦେଶ କମ୍ କରି ଦେଲେ ହାଇକୋର୍ଟ
ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କ ଦଣ୍ଡାଦେଶକୁ କୋହଳ କରି ୧୨ ବର୍ଷକୁ ହ୍ରାସ କରିଛନ୍ତି। ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ପ୍ରବନ୍ଧ ଲେଖିଥିବାରୁ ତାଙ୍କ ପ୍ରତି ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୋର୍ଟଙ୍କ ସ୍ୱୀକାର କରିଛନ୍ତି ଯେ, ଦୋଷୀ ନିଜର ସଂସ୍କାର କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି। ଫେବ୍ରୁଆରି ୨ ତାରିଖରେ ଆଦେଶରେ, ବିଚାରପତି ସାରଙ୍ଗ କୋଟୱାଲ ଓ ସନ୍ଦେଶ ପାଟିଲଙ୍କ ହାଇକୋର୍ଟ ଖଣ୍ଡପୀଠ ୨୦୧୬ରେ କରିଥିବା ଅପରାଧ ପାଇଁ ବ୍ୟକ୍ତିଙ୍କ ଦଣ୍ଡାଦେଶକୁ କାଏମମ୍ ରଖିଥିଲେ। କିନ୍ତୁ ତାଙ୍କ ଆଜୀବନ କାରାଦଣ୍ଡକୁ ହ୍ରାସ କରାଯିବା ଉଚିତ ବୋଲି ମଧ୍ୟ ସହମତ ହୋଇଥିଲେ।
ଏକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଜୀବନ କାରାଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଦୋଷୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଅପରାଧ ସମୟରେ ଦୋଷୀ ମାତ୍ର ୨୦ ବର୍ଷ ବୟସର ଥିଲେ ଓ ତାଙ୍କର କୌଣସି ପୂର୍ବ ଅପରାଧିକ ରେକର୍ଡ ନଥିଲା। ସେ ଡିସେମ୍ବର ୨୦୧୬ ଠାରୁ ଜେଲ୍ରେ ଅଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ତାଙ୍କୁ ମୁକ୍ତ କରାଯାଇ ନଥିଲା।

ଏହି ଘଟଣା ୯ ଡିସେମ୍ବର ୨୦୧୬ରେ ଘଟିଥିଲା। ପାଞ୍ଚ ବର୍ଷୀୟ ପୀଡିତା ଜଣକ ପାଣି ଆଣିବାକୁ ପଡ଼ୋଶୀଙ୍କ ଘରକୁ ଯାଇଥିଲେ। ସେଠାରେ ଦୋଷୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଭୟଭୀତ ଝିଅଟି ଘଟଣା ବିଷୟରେ ତାଙ୍କ ପରିବାରକୁ କହିଥିଲେ। ପୀଡିତା ପରେ ଆଠ ବର୍ଷ ବୟସରେ ଟ୍ରାଏଲ୍ କୋର୍ଟରେ ସାକ୍ଷ୍ୟ ଦେଇଥିଲେ। ହାଇକୋର୍ଟ ନାବାଳିକା ଝିଅର ସାକ୍ଷ୍ୟକୁ ବିଶ୍ୱସନୀୟବୋଲି ମନେ କରିଥିଲେ। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପୀଡ଼ିତା ବିନା ସଙ୍କୋଚରେ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ।












Click it and Unblock the Notifications